ଆଜି ରାଜା ରଘୁବଂଶୀଙ୍କ ବାହାଘରକୁ ମାସେ, ସୋନମ ଚିତ୍କାର କରି କହିଲା ତାକୁ ମାରିଦିଅ….
ବାହାଘରର ମାସେ ଭିତରେ ସ୍ତ୍ରୀ ସ୍ୱୀକାର କଲା ହତ୍ୟା । ପ୍ରେମ ପାଇଁ ପାଲଟିଯାଇଥିଲା ଅନ୍ଧ ।
ଶିଲଂ: ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଶିଲଂ କୋର୍ଟରେ ହାଜର କରାଯିବ। ଏହା ପୂର୍ବରୁ, ମେଘାଳୟ ପୋଲିସ ଏକ ବଡ଼ ଖୁଲାସା କରିଛି।
ମେଘାଳୟ ପୋଲିସ କହିଛି ଯେ ରାଜାଙ୍କ ପତ୍ନୀ ସୋନମ ହତ୍ୟା ସ୍ୱୀକାର କରିଛନ୍ତି। ସୋନମଙ୍କ ସହିତ ରାଜ କୁଶୱାହାଙ୍କୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ସେମାନଙ୍କ ସହିତ ଆଉ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ।
ମେଘାଳୟ ପୋଲିସ ପକ୍ଷରୁ ଶିଲଂ ଏସପି ବିବେକ ସୟେମ କହିଛନ୍ତି, “ଯେତେବେଳେ SIT ଗଠନ କରାଯାଇଥିଲା, ଆମେ ସମସ୍ତ ପ୍ରମାଣ ଯାଞ୍ଚ କରିଥିଲୁ। ଆମ ପାଖରେ ବହୁତ ତଥ୍ୟ ଥିଲା। ଯେତେବେଳେ ଆମେ ସବୁକିଛି ଯାଞ୍ଚ କରିଥିଲୁ, ଚିତ୍ର ସ୍ପଷ୍ଟ ହୋଇଗଲା, କିନ୍ତୁ ଘଟଣାକୁ ନେଇ ଅନେକ କାହାଣୀ ପ୍ରସ୍ତୁତ କରାଯାଉଥିଲା।
କେତେକ ଏହାକୁ ଅପହରଣ ଏବଂ କିଛି ଡକାୟତି କହୁଥିଲେ, ପରିବାର ମଧ୍ୟ ସମାନ ଅଭିଯୋଗ କରିଥିଲେ । ଆମ ପାଖରେ କିଛି ପ୍ରମାଣ ଥିଲା ଯେ ସେ ଅପରାଧ ସ୍ଥାନ ଛାଡି ଚାଲିଯାଇଛନ୍ତି।”
10 ଦିନିଆ ରିମାଣ୍ଡ
ରାଜା ରଘୁବଂଶୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର ଅପରାହ୍ନରେ ଶିଲଂ କୋର୍ଟରେ ହାଜର କରାଯିବ। ଶିଲଂ ପୋଲିସ କୋର୍ଟରୁ 10 ଦିନିଆ ରିମାଣ୍ଡ ମାଗିବ। ପୋଲିସ ଅଭିଯୁକ୍ତଙ୍କୁ ଅପରାଧସ୍ଥଳକୁ ନେଇଯିବ।
କଷ୍ଟକର ରାସ୍ତା ବାଛିଥିଲେ
ସୋନମ ରାଜାଙ୍କୁ ଡବଲ ଡେକର ବ୍ରିଜ୍ ବୁଲେଇନେବାକୁ କହିଥିଲେ। ଏଠାକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ପୋଲିସ କହିଛି ଯେ ସୋନମ କଷ୍ଟକର ରାସ୍ତା ବାଛିଥିଲେ । ସୋନମ ସ୍ୱୀକାର କରିଛନ୍ତି ଯେ ସେ ଏହି ଅପରାଧରେ ସମ୍ପୂର୍ଣ୍ଣ ଭାବରେ ଜଡିତ ଥିଲେ। ପୋଲିସ କହିଛି ଯେ ବର୍ତ୍ତମାନ ଏହା ପ୍ରେମ ଦୃଷ୍ଟିକୋଣରୁ ମାମଲା ପରି ମନେ ହେଉଛି।
ବୁଧବାର ସୋନମଙ୍କ ଭାଇ ରାଜାଙ୍କ ପରିବାରକୁ ଭେଟିବାକୁ ଆସିଥିଲେ। ସେ କହିଥିଲେ ଯେ ରାଜ କୁଶୱାହା ନିରକ୍ଷର ଏବଂ କେବଳ ଆମ ଘରେ କାମ କରୁଥିଲେ।
ଟ୍ରେକରେ ସୋନମ ଚିକ୍ରାର କହି କହିଥିଲା, ତାଙ୍କୁ ମାରି…. । ସେ ସମୟରେ ଅନ୍ୟ ୩ ଅଭିଯୁକ୍ତ ଧାରୁଆ ଅସ୍ତ୍ର ଧରି ରାଜାଙ୍କୁ ଫଲୋ କରୁଥିବା ହତ୍ୟାକାରିଣୀ ସୋନମ ନିଜ ମୁହଁରେ ସ୍ୱୀକାର କରିଛି ।
ସୋନମର ନିର୍ଦ୍ଦେଶରେ ସୁପାରୀ କିଲର ପ୍ରଥମେ ରାଜାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଳେ, ଏହାପରେ ଧାରୁଆ ଅସ୍ତ୍ରରେ ପେଟକୁ ଭୁସିଥିଲେ । ଶେଷରେ ଘଟିରୁ ରାଜାଙ୍କୁ ତଳକୁ ଠେଲି ଦେଇଥିଲେ ।
ଏହାପରେ ସୋନମ ଘଟଣାସ୍ଥଳ ଛାଡ଼ି ଟାକ୍ସି ଯୋଗେ ଶିଲଂ ଆସିଥିଲା । ଯେଉଁଠାରୁ ଟ୍ରେନ୍ ଯୋଗେ ସେ ଇନ୍ଦୋର ଯାଇଥିବା କୁହାଯାଉଛି । ମେ୧୧ରେ ରାଜା ସୋନମଙ୍କ ବାହାଘର ହୋଇଥିଲା । ଆଉ ଆଜିର ଦିନରେ ସୋନମ ମାନିଲା ସତ ।