fbpx
BSKY SKY
BSKY SKY

ଓଡ଼ିଶାରେ ରେକର୍ଡ ଭାଙ୍ଗୁଛି ତାତି, ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା ହେଉଛି ମୁସ୍କିଲ

BSKY

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ତାତି ଜାରି ରହିଛି । ମୁଣ୍ଡଫଟା ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇଯାଉଛି । ସୋନପୁର ଆଜି ଦେଶର ଉତ୍ତପ୍ତ ସହର ପାଲଟିଛି । ଏଠାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏଥି ସହିତ ଆଜି ରାଜ୍ୟରେ ୧୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁର ପଛକୁ ଆଜି ବଲାଙ୍ଗିର ୪୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଝାରସୁଗୁଡାରେ ୪୨.୨, ଡିଗ୍ରୀ ବାରିପଦାରେ ୪୨.୫, ବୌଦ୍ଧରେ ୪୨ ରେକର୍ଡ ହୋଇଥିବା ବେଳେ ତାଳଚେର, ସୁନ୍ଦରଗଡ଼ରେ ୪୧.୫ ଏବଂ ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଅନୁଗୁଳରେ ୪୧.୭, ସମ୍ବଲପୁରରେ ୪୦.୮,ଭବାନୀପାଟଣାରେ ୪୦.୫,ପାରଳାଖେମୁଣ୍ଡିରେ ୪୧, ଛତ୍ରପୁରରେ ୪୦, ନୟାଗଡ଼ରେ ୪୦.୫, ମାଲକାନଗିରିରେ ୪୦, ପୁରୀରେ ୪୧.୭ ଏବଂ ଅନୁଗୁଳରେ ୪୧.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଆଗାମୀ ୩ରୁ ୪ ଦିନ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ କୁହାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛିକିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହିପାରେ ବୋଲି ପୁର୍ବାନୁମାନ କରାଯାଇଛି । ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସ୍ୱଭାବିକ ତାପମାତ୍ରା ରହିବ ।

ରାଜ୍ୟରେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ପରେ ୧୪ ତାରିଖ ବେଳକୁ ରାଜ୍ୟରେ ବିଜୁଳି ଘଡଘଡି ସାମାନ୍ୟ ବଢିପାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ପୁର୍ବାନୁମାନ କରାଯାଇଛି ।

 

Get real time updates directly on you device, subscribe now.