fbpx

ରାଜ୍ୟରେ ସୋନପୁର ସବୁଠୁ ଶୀତଳ ସହର

ଭୁବନେଶ୍ୱର ,୯।୧୧(ଓଡିଶା ଭାସ୍କର): ରାଜ୍ୟରେ କମିବାରେ ଲାଗିଛି ତାପମାତ୍ରା । ୧୦ ଡିଗ୍ରୀ ତଳେ ରହିଛି ୩ ସହର । ୯.୪ ଡିଗ୍ରୀ ସହ ସୋନପୁର ଆଜି ବି ରାଜ୍ୟର ସବୁଠୁ ଶୀତଳ ସହର ହୋଇଛି । ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିଅସ ତଳେ ରହିଛି । ଏହାସହ ଦାରିଙ୍ଗବାଡ଼ିରେ ୯.୫, ଫୁଲବାଣୀରେ ୧୦, ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟ ୧୧.୨, ଭବାନୀପାଟଣା ୧୧.୪, ଝାରସୁଗୁଡ଼ା ୧୩.୪ ଡିଗ୍ରୀ, ତାଳଚେର ୧୩.୫, ବଲାଙ୍ଗିର ୧୪, କେନ୍ଦୁଝର ୧୪.୪, ମାଲକାନଗିରି ୧୪.୫ ଡିଗ୍ରୀ ସେଲ୍‌ସିଅସ ରହିଛି । କଟକରେ ୧୬ ଓ ଭୁବନେଶ୍ବରରେ ତାପମାତ୍ରା ୧୬.୩ ଡିଗ୍ରୀ ସେଲ୍‌ସିଅସ ତାପମାତ୍ରା ରହିଛି ।

Get real time updates directly on you device, subscribe now.