fbpx
BJD SKY
BJD SKY

ସୋନିଆ ଗାନ୍ଧୀଙ୍କୁ କରୋନା: ବୈଠକରେ ସାମିଲ ହୋଇଥିବା ଅନେକ ନେତା ମଧ୍ୟ ସଂକ୍ରମିତ

BJD

ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଇଥିଲେ ବି ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଏହାରି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ସୂଚନା ଦେଇଛନ୍ତି ।

ସୁରଜେୱାଲାଙ୍କ କହିବା ମୁତାବକ, ସୋନିଆ ଗାନ୍ଧୀଙ୍କୁ ହାଲୁକା ଜ୍ୱର ହୋଇଛି । ଏହା ସହ କରୋନାର କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ସୋନିଆ ନିଜକୁ ଆଇସୋଲେଟ କରିଛନ୍ତି । ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।

ତେବେ କଂଗ୍ରେସର ଅନ୍ୟ ନେତା ମଧ୍ୟ କରୋନାର ଶିକାର ହୋଇଛନ୍ତି । ସୁରଜେୱାଲାଙ୍କ କହିବା ଅନୁସାରେ, ନିକଟରେ ଯେଉଁ ନେତା ଓ କର୍ମୀଙ୍କୁ ସୋନିଆ ଗାନ୍ଧୀ ଭେଟିଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି । ୮ ଜୁନ୍ ପୂର୍ବରୁ ସୋନିଆ ଗାନ୍ଧୀ ଠିକ୍ ହୋଇଯିବେ ବୋଲି ସୁରଜେୱାଲା କହିଛନ୍ତି । ସୂଚନାଯୋଗ୍ୟ ଯେ, ଜୁନ୍ ୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି । ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମାମଲାରେ ଏହି ପଚରାଉଚରା କରାଯିବ ।

Get real time updates directly on you device, subscribe now.