fbpx
BJD SKY
BJD SKY

UPSC CSE Prelims 2022: ୫ ରେ ହେବ ସିଭିଲ ସର୍ଭିସ୍ ପ୍ରି ପରୀକ୍ଷା, ପରୀକ୍ଷାର୍ଥୀ ନେଇପାରିବେ ଏହି ଜିନିଷ

BJD

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ର ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ରବିବାର ୫ ଜୁନ୍ ରେ ଆୟୋଜିତ ହେବ । ପ୍ରିଲିମ୍ସ ପରୀକ୍ଷା ଅଫଲାଇନ ଆୟୋଜିତ କରିବା ପାଇଁ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରର ଯାଞ୍ଚ କରାଯାଉଛି । ଯେଉଁ ଆଶାୟୀ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନେ ନିଜର ଆଡମିଟ୍ କାର୍ଡର ପ୍ରିଣ୍ଟସହ ଜରୁରୀ ଜିନିଷ ନେଇ ପରୀକ୍ଷ ସେଣ୍ଟରରେ ଉପସ୍ଥିତ ରହିବେ ।

ପରୀକ୍ଷରେ ସାମିଲ ହେବା ପାଇଁ ପରୀକ୍ଷାର୍ଥୀଙ୍କୁ ଓଏମଆର ଏବଂ ଆଟେଣ୍ଡାସ ସିଟ ପାଇଁ ବ୍ଲାକ୍ ବଲ୍ ପଏଣ୍ଟ ପେନ୍ ରଖିବାକୁ ହେବ । ପରୀକ୍ଷା ହଲରେ ପାଣିବୋତଲ ଏବଂ ମାସ୍କ ନେବାକୁ ଅନୁମତି ରହିଛି ।

ୟୁପିଏସସି ସିଭିଲ ସର୍ଭିସ ପ୍ରିଲିମ୍ସ ପରୀକ୍ଷାରେ ୨ ଟି ପେପର ରହିବ । ଜେନେରାଲ ଷ୍ଟଡିଜ୍ ୧ ରେ ୧୦୦ ପ୍ରଶ୍ନ ରହିବ ଅନ୍ୟ ଜେନେରାଲ ଷ୍ଟଡିଜ ୨ ରେ ୮୦ ପ୍ରଶ୍ନ ରହିବ । ଉଭୟ ପେପର ପାଇଁ ଅଲଗା ଅଲଗା ୨-୨ ଘଣ୍ଟାର ସମୟ ମିଳିବ । ପ୍ରତି ପେପର ପାଇଁ ୨୦୦ ନମ୍ବର ସର୍ବାଧିକ ମାର୍କ ରହିଛି ଏବଂ ୧/୩ ନମ୍ବରର ନେଗେଟିଭ ମାର୍କିଂ ମଧ୍ୟ ରହିଛି ।

ସୂଚନାଯୋଗ୍ୟ, ଯେ ଜେନେରାଲ ଷ୍ଟଡିଜ ପେପର ୨ କ୍ୱାଲିଫାଇଂ ରହିଛି । ଏହା କେବଳ ପାସ୍ କରିବା ପାଇଁ ଜରୁରୀ ହେବ ଏବଂ ମେରିଟରେ ଏହାର ନମ୍ବର ଯୋଡ଼ା ଯିବ ନାହିଁ । କିନ୍ତୁ ଜେନେରାଲ ଷ୍ଟଡିଜ୍ ୧ ର ନମ୍ବର ମେରିଟ ପାଇଁ ଯୋଡ଼ାଯିବ । ଆଶାୟୀଙ୍କୁ ପେପର ୧ ରେ ଅଧିକରୁ ଅଧିକ ମାର୍କ ପାଇଁ ରଖିବାକ ପାଇଁ ଧ୍ୟାନ ଦେବାକୁ ହେବ । ଅଧିକ ସୂଚନା ପାଇଁ ଆଶାୟୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

 

Get real time updates directly on you device, subscribe now.