fbpx

(Video) ପ୍ୟାଣ୍ଟ ଚେନରେ ପୁଅର ଚାପି ହୋଇ ଯାଇଥିଲା… ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତର ମା’ଙ୍କ ବୟାନ

Advertisement

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଘଟିଯାଇଛି ଏକ ଅଭାବନୀୟ କାଣ୍ଡ । ୩ ବର୍ଷର ଜଣେ ନାବାଳିକାକୁ ଶୋଇଥିବା ଅବସ୍ଥାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସନ୍ତୋଷ ଖୁଣ୍ଟିଆ(୨୫) ନାମକ ଜଣେ ଯୁବକକୁ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରିଛି ପୋଲିସ । ତେବେ ଏହି ମାମଲାକୁ ନେଇ ଅଭିଯୁକ୍ତର ମା’ଙ୍କ ପ୍ରତିକ୍ରିୟା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇନଥିବା କହିବା ସହ ପୁଅ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ସେ ଦାବି କରିଛନ୍ତି । ଏହାସହିତ ସେ ପୁଅ ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି ।

ଗିରଫ ହେଲା ଦୁଷ୍କର୍ମ ଅଭିଯୁକ୍ତ । ପୋଲିସ ହାତରେ ଧରା ଦେଇଛି ଅଭିଯୁକ ବାଳକ । ହେଲେ ମା କହୁଛି ମୋ ପୁଅ ଦୁଷ୍କର୍ମ କରିନି । ତାର କିଛି ବି ଦୋଷ ନାହିଁ । ଯଦି ସେ ଦୁଷ୍କର୍ମ କରିଛି ତାହାଲେ ତାକୁ ଦଣ୍ଡ ଦିଅ । ଯାହାବି ଦଣ୍ଡ ଦେବ ସେଥିରେ ମୁଁ ରାଜି । ମୋ ପୁଅ ସେ ଝିଅ ସହ କିଛି ବି କରିନି । ତା ପ୍ୟାଣ୍ଟର ଚେନ ଗୁପ୍ତାଙ୍ଗରେ ଲାଗିଯିବାରୁ ରକ୍ତ ବାହାରିଥିଲା । ଯାହାପରେ ଝିଅର ପିଠିରେ ସେହି ରକ୍ତ ଲାଗିଥିଲା । ରାଜଧାନୀରେ ହଠାତ ଚହଳ ପକାଇଛି ଦୁଷ୍କର୍ମ ଖବର । ଝିପଝିପ ବର୍ଷାରେ ଏମିତି ଖବର ମାହୋଲକୁ ଗରମ କରିଦେଇଥିଲା । ଘରେ ଶୋଇଥିବା ବେଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି କିଛି ଖବର ଏଆରଫିଲ୍ଡ ଥାନା ପାଞ୍ଚଗାଁ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।

ଅଭିଯୋଙ୍ଘ ମୁତାବିକ, ଜଣେ ନାବଳିକାଙ୍କୁ ଦୁଷ୍କର୍ମ କରିଛନ୍ତିି ସନ୍ତୋଷ ଖୁଣ୍ଟିଆ । ଯାହାପରେ ସେ ଫେରାର ହୋଇଯାଇଥିଲେ । ହେଲେ ଏବେ ଏୟାରଫିଲ୍ଡ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ସେପଟେ ସାଇଣ୍ଟିଫିକ ଟିମ ଏନେଇ ଆରମ୍ଭ କରିଛି ତଦନ୍ତ । ପ୍ରାଥମିକ ତଦନ୍ତରୁ ଦୋଷୀ ଜଣାପଡ଼ିଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି କହିଥିଲେ ଡିସିପି । ସେପଟେ ସତରେ ଦୁଷ୍କର୍ମ ହେଇଛି କି ନାହିଁ ତାହା ପୁରା ତଦନ୍ତ ପରେ ଜଣା ପଡ଼ିବ । କିନ୍ତୁ ଅଭିଯୁକ୍ତର ମା କହିଛନ୍ତି କି ତାଙ୍କ ପୁଅ ଯଦି ସତରେ ଦୁଷ୍କର୍ମ କରିଛି ତାହାଲେ ତାକୁ ଯାହା ଦଣ୍ଡ ଦେବ ସେଥିରେ ମୁଁ ରାଜି । ହେଲେ ଗୋଟିଏ ମା ହୋଇ ମୁଁ କହୁଛି ମୋ ପୁଅ ତାକୁ ଦୁଷ୍କର୍ମ କରିନାହିିଁ ।

Get real time updates directly on you device, subscribe now.