fbpx

ସୋନୁ ନିଗମଙ୍କୁ ହେଲା କରୋନା: ପୁଅ ଓ ପତ୍ନୀ ବି ପଜିଟିଭ୍

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରେ କରୋନା ଲହର ବଢ଼ିବାରେ ଲାଗିଛି । ଟିଭିରୁ ନେଇ ବଲିଉଡ ପର୍ଯ୍ୟନ୍ତ, ବଡ଼ ବଡ଼ ସେଲିବ୍ରିଟମାନେ ଜଣଙ୍କ ପରେ ଜଣେ ଏହାର ଶିକାର ହେଉଛନ୍ତି । ଏବେ ବଲିଉଡର ଲୋକପ୍ରିୟ ସିଙ୍ଗର ସୋନୁ ନିଗରଙ୍କୁ କରୋନା ସଂକ୍ରମିତ କରିଛି । ସୋନୁ ନିଗମଙ୍କ ସହିତ ତାଙ୍କ ପତ୍ନୀ ମଧୁରିମା ଓ ପୁଅ ନେବାନଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

ସୋନୁ ନିଜର ଇନଷ୍ଟାଗ୍ରାମର ଅଫିସିଆଲ ସାଇଟରେ ଏହାର ସୂଚନା ଦେଇଛନ୍ତି । ସେ ଏକ ଭିଡ଼ିଓ ସେୟାର କରି କରୋନା ପଜିଟିଭ ହୋଇଥିବା କହିଛନ୍ତି । ସୋନୁ ଏବେ ମୁମ୍ବାଇରେ ଅଛନ୍ତି । ଭିଡିଓରେ ସେ କହିଛନ୍ତି, ‘ ମୁଁ କରୋନା ପଜିଟିଭ୍ ହୋଇଛି । ମୋତେ ଭୁବନେଶ୍ୱରରେ ପରଫର୍ମ କରିବା ଓ ସୁପର ସିଙ୍ଗର ସିଜିନ-୩ ସୁଟିଂ ପାଇଁ ଭାରତ ଆସିବାକୁ ଥିଲା । ସେଥିପାଇଁ ମୁଁ ଟେଷ୍ଟ କରାଇଥିଲି, ଯାହାର ରିପୋର୍ଟ କରୋନା ପଜିଟିଭ୍ ଆସିଛି ।’

ଏଥିସହ ସେ କହିଛନ୍ତି, ‘ମୋ ଚତୁଃପାର୍ଶ୍ୱରେ ବହୁ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହା ଖୁବ୍ କ୍ଷିପ୍ର ବେଗରେ ବ୍ୟାପୁଛି । ଏବେ ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ମୋର ଗଳା ବି ଠିକ୍ ଅଛି । କିନ୍ତୁ ମୋତେ ଦୁଃଖ ସେହି ଲୋକମାନଙ୍କ ପାଇଁ ଲାଗୁଛି, ଯେଉଁମାନଙ୍କୁ ମୋ ପାଇଁ କ୍ଷତି ହୋଇଛି ।’

 

View this post on Instagram

 

A post shared by Sonu Nigam (@sonunigamofficial)

Get real time updates directly on you device, subscribe now.