fbpx

ରାଜନୀତିରେ ଯୋଗଦେବା ନେଇ ଏମିତି କହିଲେ ସୋନୁ

ନୂଅଦିଲ୍ଲୀ: ପଞ୍ଜାବରେ ଆଗକୁ ନିର୍ବାଚନ ହେବାକୁ ଥିବାବେଳେ । ବଲିଉଡ ଅଭିନେତା ସୋନୁ ସୁଦ କୌଣସି ରାଜନୈତିକ ଦଳରେ ଯୋଗଦେଉନଥିବା ନେଇ ମନା କରିଦେଇଛନ୍ତି । ତେବେ ତାଙ୍କ ଭଉଣୀ ରାଜନୀତିରେ ପ୍ରବେଶ କରୁଥିବା ନେଇ ଘୋଷଣା କରିଛନ୍ତି । ରବିବାର ଏନେଇ ଅଭିନେତା ନିଶ୍ଚିତ କରିଛନ୍ତି ଯେ ସେ କୌଣସି ଦଳ ସହ ସମ୍ପର୍କରେ ନାହାଁନ୍ତି । ମାଲଭିକା ସୁଦ ଖୁବଶୀଘ୍ର ରାଜନୀତିରେ ଯୋଗଦେବେ ।

ରାଜନୀତିରେ ପ୍ରବେଶ ନେଇ ମନା କରିବା ସହ ସୋନୁ ସୁଦ କହିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ଆଗହୀ । ସେ ଆହୁରି କହିଛନ୍ତି ଯେ ପଞ୍ଜାବର ଲୋକଙ୍କ ପାଇଁ ସେବା କରିବାକୁ ଚାହୁଛନ୍ତି । ତେବେ ସେ କୌଣସି ଦଳ ବିନା ସ୍ୱତନ୍ତ୍ର ଭାବରେ ଲୋକଙ୍କ ସେବା କରିବାକୁ ପସନ୍ଦ କରିଛନ୍ତି ।  ଏନେଇ ସେ କହିଛନ୍ତି ଯେ କୌଣସି ଦଳରେ ଯୋଗଦେବା ଅପେକ୍ଷା ମୁଁ କୌଣସି ଏଭଳି ପ୍ଲାଟଫର୍ମରେ ରହି କାମ କରିବାକୁ ପସନ୍ଦ କରିବି ଯେଉଁଠାରେ ମୁଁ ସ୍ୱାଧୀନ ଭାବରେ କାମ କରିପାରିବି । ସେ ରାଜନୀତି ଦଳ ହେଉ କିମ୍ବା ସ୍ୱାଧୀନ ଭାବରେ ।

ମାଲଭିକାଙ୍କ ଯୋଗଦେବାକୁ ନେଇ ସୋନୁ କହିଛନ୍ତି ଯେ ପାର୍ଟୀ ବଡ଼ ନୁହେଁ ବରଂ ପଲିସି ବଡ଼ । ମୋ ଭଉଣୀ ଲୋକ ଏବଂ ସମାଜ ପାଇଁ କାମ କରିବେ । ତେବେ ସେ ଆହୁରି କହିଛନ୍ତି କଂଗ୍ରେସ ଏବଂ ଆପ୍ ଉଭୟ ଭଲ ଦଳ । ସୋନୁ ସୁଦ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏହାପରେ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ସେ ଶିରୋମଣୀ ଅକାଳୀ ଦଳ ସଭାପତି ଶୁଖବୀର ସିଂହ ବାଦଲଙ୍କ ସହ ଦେଖା କରିବା ନେଇ ମଧ୍ୟ କହିିଛନ୍ତି ।

ନିକଟରେ ଆୟକର ବିଭାଗର ଚଢ଼ାଉ ନେଇ ସୋନୁ ସୁଦ କହିଛନ୍ତି ଏହା ଏକ ଖରାପ ସମୟ ଥିଲା କିନ୍ତୁ ଏହା ଲୋକଙ୍କ ପ୍ରତି ମୋ ସେବାକୁ କ୍ଷତି ପହଞ୍ଚାଇପାରିବ ନାହିଁ । ସେ ଆହୁରି କହିଛନ୍ତି ତାଙ୍କ ଟିମ ଲୋକଙ୍କ ପାଇଁ ମାଗଣା ଡାଏଲିସିସର ଆୟୋଜନ ମଧ୍ୟ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କୃଷକଙ୍କ ପାଇଁ ସେ ତାଙ୍କର ସହଯୋଗ ଜାରି ରଖିବେ କାରଣ ଆମେ କୃଷକଙ୍କ ପାଇଁ ଖାଦ୍ୟ ଖାଉଛୁ ।

 

Get real time updates directly on you device, subscribe now.