fbpx

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ସୋନୁ ସୁଦ୍ ଶନିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । ସୋନୁ ସୁଦ୍ ଓଡ଼ିଶା ଗସ୍ତରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି, ତେବେ ଏହା କେବଳ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି କହିଛନ୍ତି ସୋନୁ ସୁଦ୍ ।

ଉଲ୍ଲେଖଯୋଗ୍ୟ, ଅଭିନେତା ସୋନୁ ସୁଦ୍ କରୋନା ସମୟରେ ଅନେକ ଲୋକଙ୍କୁ ସାହଯ୍ୟ କରି ଚର୍ଚ୍ଚାରେ ରହିଥିଲେ । ବାହାରେ ଫସିଥିବା ଓଡ଼ିଆଙ୍କୁ ମଧ୍ୟ ଫେରାଇ ଆଣିବାରେ ସେ ସହଯୋଗ କରିଥିଲେ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.