କଂଗ୍ରେସରେ ମିଶିଲେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ସିଦ୍ଧୁ କହିଲେ- ‘ଗେମଚେଞ୍ଜର’

ଚଣ୍ଡିଗଡ : ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ କଂଗ୍ରେସରେ ସାମିଲ୍ ହୋଇଛନ୍ତି। କଂଗ୍ରେସରେ ସାମିଲ୍ ହେବା ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଅଭିନେତା ସୋନୁ ସୁଦ ଏବଂ ତାଙ୍କ ଭଉଣୀଙ୍କୁ ସେମାନଙ୍କ ବାସଭବନରେ ଭେଟିଛନ୍ତି। ଏହା ପରେ ମୁଖମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ନଭଜୋତ ସିଂହ ସିଦ୍ଧୁଙ୍କ ଉପସ୍ଥିତିରେ ମାଲବିକା କଂଗ୍ରେସରେ ସାମିଲ୍ ହୋଇଛନ୍ତି।

କିଏ ଏହି ମାଲଭିକା ସୁଦ ସଚ୍ଚର

ମାଲଭିକା ସୁଦ ସଚ୍ଚର ତିନି ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠୁ ଛୋଟ। ୩୮ ବର୍ଷୀୟ ମାଲଭିକା ମୋଗା ସହରରେ ବହୁ ସମୟ ଧରି ସାମାଜିକ କାର୍ଯ୍ୟକର୍ତ୍ତା ଭାବେ କାମ କରିଛନ୍ତି। ସୋନୁ ସୁଦଙ୍କ ସବୁଠୁ ବଡ ଭଉଣୀ ମୋନିକା ଶର୍ମା ଫାର୍ମାସ୍ୟୁଟିକଲ୍ସ ସେକ୍ଟର ସହ ଜଡିତ। ସେ ଆମେରିକାରେ ବସବାସ କରନ୍ତି। ମାଲଭିକାଙ୍କ ବାପା ଏବଂ ମା ଏବେ ଦୁନିଆରେ ନାହାନ୍ତି।

ସିଦ୍ଧୁ କହିଛନ୍ତି, ମାଲଭିକା ଜଣେ ପଢାଲେଖା ମହିଳା ଏବଂ ପାର୍ଟିକୁ ଏମିତି ଲୋକଙ୍କ ଆବଶ୍ୟକତା ରହିଛି। ସିଦ୍ଧୁ ମାଲଭିକାଙ୍କ କଂଗ୍ରେସରେ ସାମିଲ୍ ହେବା ‘ଗେମଚେଞ୍ଜର’ ଦର୍ଶାଇଛନ୍ତି। ସେ କହିଛନ୍ତି, ଏମିତି କମ ସମୟ ଆସିଛି, ଯେବେ ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ସଭାପତି କୌଣସି ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କୁ ପାର୍ଟିରେ ସାମିଲ୍ କରିଛନ୍ତି। କିନ୍ତୁ ମାଲଭିକା ଏହାର ହକଦାର ଥିଲେ। ପଞ୍ଜାବ ରାଜନୀତିରେ ପ୍ରଥମ ଥର ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଏକତ୍ର ଦେଖିବାକୁ ମିଳିଛି।