କ୍ଷମାକରନ୍ତୁ! ଆମେ ଜନ୍ମ ଦେଇଛୁ କିନ୍ତୁ ପୋଷି ପାରିବୁନି,’ ଫୁଟପାଥରୁ ମିଳିଲା ନବଜାତ ଶିଶୁ, ପାଖରେ ପଡ଼ିଛି ହାତ ଲେକା ଚିଠି

ମହାରାଷ୍ଟ୍ର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଫୁଟପାଥରୁ ମିଳିଲା ୩ ଦିନର ଶିଶୁକନ୍ୟା। କେହି ନବଜାତକକୁ ଜନ୍ମ କରି ଏକ ଟୋକେଇରେ ରଖି ଫୁଟପାଥରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

କେବଳ ସେତିକି ନୁହେଁ ଶିଶୁ କନ୍ୟା ପାଖରେ ଏକ ହାତଲେଖା ଚିଠି ମଧ୍ୟ ଥୁଆ ହୋଇଛି। ଯେଉଁଥିରେ ଲେଖା ଅଛି। ଆମକୁ କ୍ଷମା କରନ୍ତୁ। ଆମେ ଜନ୍ମ ଏହି ଝିଅଟିକୁ ପାଳି ପାରିବୁ ନାହିଁ।  ତେଣୁ ଆମେ ତାକୁ ପରିତ୍ୟାଗ କରୁଛୁ।

ଉଦ୍ଧାର ହେଲା ଶିଶୁକନ୍ୟା: ଘଟଣା ଜଣାପଡ଼ିବା ପରେ ସ୍ତାନୀୟ ଲୋକେ ତୁରନ୍ତ ପୋଲିସକୁ ଖବରକୁ ଦେଇଥିଲେ। ପୋଲିସ ତୁରନ୍ତ ଝିଅଟିକୁ ନିଜ ହେପାଜତକୁ ନେଇ ପାନଭେଲର ଉପ-ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଲେ।

ଯେଉଁଠାରେ ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ସୁସ୍ଥ ଘୋଷଣା କଲେ। ପୋଲିସ ଝିଅଟିକୁ ରାୟଗଡ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତି ଚଳାଇଛି।

ଟୋକେଇରେ ନବଜାତ:  ଶିଶୁକନ୍ୟାଟିକୁ ଏବେ ଆଲିବାଗରେ ଥିବା ଅନାଥାଶ୍ରମକୁ ନିଆଯିବ ବୋଲି ସୂଚନା ମିଲିଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଶନିବାର ସକାଳେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଏକ ଟୋକେଇ ଦେଖିଲେ। ଯେଉଁଠାରୁ ଏକ ଶିଶୁ କାନ୍ଦିବାର ଶବ୍ଦ ଆସୁଥିଲା। ଲୋକମାନେ ଟୋକେଇ ଖୋଲିବା ସମୟରେ ସେଥିରେ ଏକ ଝିଅ ପଡ଼ିଥିଲା।

ବାପା ମାଆଙ୍କୁ ଖୋଜୁଛି ପୋଲିସ: ପୋଲିସକୁ ଏ ବିଷୟରେ ସୂଚନା ଦିଆଯାଇଥିଲା। ପୋଲିସ ତୁରନ୍ତ ଶିଶୁଟିକୁ ପାନଭେଲର ଉପ-ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛି।

ଯେଉଁଠାରେ ଝିଅଟିର ଅବସ୍ଥା ଭଲ ଥିବା କୁହାଯାଉଛି। ପୋଲିସ ଶିଶୁଟିର ଅଜ୍ଞାତ ପିତାମାତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି।

ଚିଠିରେ କ’ଣ ଲେଖାଯାଇଛି: ପିଲାଟି ପାଖରୁ ଏକ ଚିଠି ମଧ୍ୟ ମିଳିଛି। ଯେଉଁଥିରେ ଇଂରାଜୀରେ ଲେଖା ଅଛି, ‘ମହାଶୟ, ଦୟାକରି ଆମକୁ କ୍ଷମା କରନ୍ତୁ, ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ସେଥିପାଇଁ ଆମେ ପିଲାଟିକୁ ପରିତ୍ୟାଗ କରୁଛୁ।

ଆମେ ପିଲାଟିର ଯତ୍ନ ନେବାକୁ ଆର୍ଥିକ ଏବଂ ମାନସିକ ଭାବରେ ସକ୍ଷମ ନୁହଁ। ଦୟାକରି ଏହି ମାମଲାରେ କାହାକୁ ସାମିଲ କରନ୍ତୁ ନାହିଁ। ଆମେ ଖରାପ ପରିସ୍ଥିତି ଦେଇ ଗତି କରୁଛୁ।

ଆମେ ଚାହୁଁନାହୁଁ ଯେ ଆମ ପିଲା ସମାନ ପରିସ୍ଥିତି ଦେଇ ଗତି କରୁ! ଦୟାକରି ଏହି ପିଲାଟିର ଯତ୍ନ ନିଅନ୍ତୁ, ଆମେ ତା’ ପାଖରେ ଉପସ୍ଥିତ ଅଛୁ।’