fbpx

ଆଜି ଠାରୁ ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗର ଦ୍ୱିତୀୟ ସିଜିନ୍

Advertisement

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗର ଦ୍ୱିତୀୟ ସିଜିନ୍ ଆରମ୍ଭ ହେବ । ଓଚଖ ଫର୍ମାଟରେ ଖେଳାଯିବାକୁ ଥିବା ଏହି ଲିଗରେ ଦକ୍ଷିଣ ଆଫ୍ରିକାର ପ୍ରାୟ ସମସ୍ତ ବଡ଼ ଖେଳାଳୀଙ୍କୁ ମଇଦାନରେ ଦେଖିବାକୁ ମିଳିବ । ଜାନୁଆରୀ ୧୦ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ଅନ୍ୟ ଦେଶର ଦଳଗୁଡ଼ିକୁ ଏହି ମ୍ୟାଚରେ ଅଂଶଗ୍ରହଣ କରିବେ । ଫେବୃଆରୀ ୧୦ରେ ଶେଷ ମୁକାବିଲା ଖେଳାଯିବ । ଚଳିତ ସିଜିନରେ ୬ଟି ଦଳ ମୋଟ୍ ୩୦ଟି ମ୍ୟାଚ୍ ଖେଳିବେ । ୨୦୨୨ରେ ସମସ୍ତ ଦଳର ନିଲାମୀ ସମୟରେ ଓଚଖ ଫ୍ରାଞ୍ଚାଇଜି ସମସ୍ତ ଦଳକୁ କିଣିଥିଲା ।

ଜାନୁଆରୀ ୧୦ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ପ୍ରତିଦିନ ଗୋଟିଏ ଲେଖାଏଁ ମୁକାବିଲା ହେବାକୁଥିବା ବେଳେ ଶନିବାର ୨ଟି ଲେଖାଏଁ ମୁକାବିଲା ରହିବ । ଭାରତୀୟ ସମୟାନୁସାରେ ଯେଉଁଦିନ ଗୋଟିଏ ଲେଖାଏଁ ମୁକାବିଲା ଥିବା ସେଦିନ ରାତି ୯ଟାରେ ମ୍ୟାଚ୍ ଆରମ୍ଭ ହେବ ଏବଂ ଯେଉଁଦିନ ୨ଟି ମୁକାବିଲା ଥିବା ସେଦିନ ସନ୍ଧ୍ୟା ୫ଟାରେ ଗୋଟିଏ ଏବଂ ରାତି ୯ଟାରେ ଆଉ ଏକ ମ୍ୟାଚ୍ ଖେଳାଯିବ । ଦକ୍ଷିଣ ଆଫ୍ରିକାର ଏହି ଟି-୨୦ ଲିଗ୍ ସ୍ପୋର୍ଟ୍ସ- ୧୮ ଟିଭି ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ ହେବ । ଏହା ସହ ଜିଓ ସିନେମାନେ ମଧ୍ୟ ଲାଇଭ୍ ଷ୍ଟ୍ରିମ୍ ହେବ । ସନରାଇଜର୍ସ ଇଷ୍ଟର୍ଣ୍ଣ କ୍ୟାପ୍, ଡରବନ୍ ସୁପର ଜାୟଣ୍ଟ୍ସ, ଜୋବର୍ ସୁପର କିଙ୍ଗ୍ସ, ଏମ୍ଆଇ କେପଟାଉନ୍, ପର୍ଲ ରୟଲ୍ସ୍ ଏବଂ ପ୍ରିଟୋରିୟା କ୍ୟାପିଟାଲ୍ସ ମଇଦାନରେ ନଜର ଆସିବେ । ଏହା ସହ ଏଡ଼ନ୍ ମାରକ୍ରମ୍, ଫାଫ୍ ଡୁପ୍ଲେସିସ୍, କେଶବ ମହାରାଜ, କିରୋନ୍ ପୋଲାର୍ଡ଼, ୱେନ୍ ପାର୍ନେଲ ଏବଂ ଡେଭିଡ୍ ମିଲର କ୍ୟାପଟେନ୍ ରହିବେ ।

Get real time updates directly on you device, subscribe now.