fbpx

ସାଉଥ ସୁପରଷ୍ଟାର ଚିରଞ୍ଜିବୀ କରୋନା ପଜିଟିଭ୍, ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିଲା ସାକ୍ଷାତ୍

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବୀ କରୋନା ପଜିଟିଭ୍ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ନିଜେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଏହା ସହ ଗତ ୫ ଦିନ ଧରି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରିଛନ୍ତି ଚିରଞ୍ଜିବୀ । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ୱିଟ କରି ସେ ଲେଖିଛନ୍ତି, ଫିଲ୍ମ ‘ଆଚାର୍ଯ୍ୟ’ ସୁଟିଂ ପୂର୍ବରୁ ପ୍ରଟୋକଲ୍ ଅନୁସାରେ ସେ କୋଭିଡ ଟେଷ୍ଟ କରାଇଥିଲେ । ଦୁର୍ଭାଗ୍ୟଜନକ ଭାବରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ ।

ତେବେ ନିକଟରେ ଚିରଞ୍ଜିବୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ସାକ୍ଷାତ କରିଥିଲେ । ହାଇଦ୍ରାବାଦ ବନ୍ୟା ପାଇଁ ସିଏମ ରିଲିଫ୍ ଫଣ୍ଡକୁ ଦାନ କରିଥିଲେ । କିନ୍ତୁ ସେଦିନର ଫଟୋ ଏବେ ସୋସିଆଲ ମିଳୟଡିଆରେ ଘୂରି ବୁଲୁଛି । ସେହି ଫଟୋରେ ଅଭିନେତା ନାଗାର୍ଜୁନ ଓ ରାମ ଚରଣ ମଧ୍ୟ ଥିଲେ , ଯେଉଁଥିରେ ଚିରଞ୍ଜୀବୀ ଓ ଚନ୍ଦ୍ରଶେଖର ରାଓ ମାସ୍କ ପିନ୍ଧି ନଥିଲେ ।

https://www.instagram.com/p/CHW8xh4JWUr/?utm_source=ig_web_copy_link

Get real time updates directly on you device, subscribe now.