ଓଡ଼ିଶାରେ ମହେଶ ବାବୁଙ୍କ କ୍ରେଜ୍, ଦେଓମାଳିରେ ପକେଇଛନ୍ତି ଡେରା

ଆସିବେ ପ୍ରିୟଙ୍କା ଚେପ୍ରା ଜୋନାସ । ହେବ ହାଇବଜେଟ୍ ଫିଲ୍ମର ସୁଟିଂ ।

କୋରାପୁଟ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସିନେ ନିର୍ଦ୍ଦେଶକ ଏସଏସ. ରାଜାମୋøଲିଙ୍କ ଦୃଷ୍ଟି ଆକର୍ଷଣ କରିଛି ଓଡ଼ିଶାର କୋରାପୁଟ । ସେଥିପାଇଁ ତ।ଙ୍କ ଆଗାମୀ ଫିଲ୍ମର ନାୟକ ସାଉଥ୍ ସିନେ ଜଗତର ସୁପରଷ୍ଟାର ମହେସ ବାବୁଙ୍କୁ ନେଇ କୋରାପୁଟରେ ଡେରା କପାଇଛନ୍ତି ରାଜାମୌଲି ।

ଆଜି ପ୍ରଥମ ଦିନ: କୋରାପୁଟ ଦେଓମାଳିରେ ଆରମ୍ଭ ହୋଇଛି ମହେଶ ବାବୁଙ୍କ ଅଭିନୀତ ଫିଲ୍ମର ସୁଟିଂ । ସୁଟି ଦେଖିବାକୁ ଆଖପାଖ ଅଞ୍ଚଳରୁ ଲୋକଙ୍କ ଭିଡ଼ ଜିମଥିବାବେଳେ ଦେଓମାଳିରେ ସ୍ୱତନ୍ତ୍ର ସୁଟିଂ ସେଟ୍ ନିର୍ମାଣ କରାଯାଇଛି । ଆଜିଥିଲା ସୁଟିଂର ପ୍ରଥମ ଦିନ ।

ସେଟରେ ଗହଳି: ଆଗାମୀ ଦିନରେ ସୁଟିଂ ସେଟକୁ ଆସିବେ ପ୍ରିୟଙ୍କା ଚୋପ୍ରା । ମହେଶ ବାବୁଙ୍କ ପାଇଁ ସୁଟିଂ ସେଟରେ ଲୋକଙ୍କ ଭିଡ଼ ଜମିଥିବାବେଳେ ପ୍ରିୟଙ୍କା ଆସିଲେ ତାଙ୍କ ପାଇଁ ସେଟରେ ଅଧିକ ଭିଡ଼ହେବ ବୋଲି ଆଶଙ୍କା କରାଯାଉଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଆସିଥିବେ ଦେବସେନା: ଏହାପରେ ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କ ଦ୍ୱାରା ଅଭିନୀତ ହାଇ ବଜେଟ୍ ଫିଲ୍ମ ‘ଘାଟି’ର ସୁଟି କୋରାପୁଟରେ ହେବା ନେଇ ଯୋଜନା ରହିଛି । ଦେଓମାଳି, ଜୟପୁର, ଲାମଟାପୁର ଏବଂ କୋଲାବରେ ସୁଟିଂ କରାଯିବ । ଏହାପୂର୍ବରୁ ଅଲ୍ଳୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା-୨ର ସୁଟିଂ ଓଡିଶାରେ ହୋଇଥିଲା ।