fbpx

ଆସନ୍ତା ଦୁଇ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ, ପାଣିପାଗ ବିଭାଗର ପୂର୍ବାନୁମାନ

Advertisement

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତୀୟ ଉପଦ୍ୱୀପଆଡକୁ ଧୀରେଧୀରେ ଗତି କରୁଥିବାରୁ ଆସନ୍ତା ଦୁଇଦିନ ଭିତରେ ମୌସୁମୀ କେରଳ ଛୁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ୱୀପ- ଲକ୍ଷାଦ୍ୱୀପ,କୁମୋରିନ୍‍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର ଓ ପୂର୍ବମଧ୍ୟ ବଙ୍ଗୋପସାଗର ଆଡକୁ ଅଗ୍ରସର ହୋଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଏ ମାସର ଦ୍ୱିତୀୟ ସପ୍ତାହ ଶେଷ ଆଡକୁ ମୌସୁମୀ ଓଡ଼ିଶା ଛୁଇଁପାରେ।

ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନ ଜାରି ରହିଛି। ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଗ୍ରୀଷ୍ମପ୍ରବାହ ଅଧିକ ରହୁଛି। ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Get real time updates directly on you device, subscribe now.