fbpx

SpaceX Starship Launch: ଅଟକିଗଲା ଇତିହାସ, ଲଞ୍ଚ ହେବାର ୪ ମିନିଟ ପରେ ଆକାଶରେ ଫାଟିଗଲା ରକେଟ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ସ୍ପେସେକ୍ସର ପ୍ରତିଷ୍ଠାତା ଏଲନ ମସ୍କ ଇତିହାସ ରଚିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳ ଗ୍ରହକୁ ମଣିଷକୁ ନେଇ ଯାତ୍ରା କରୁଥିବା ରକେଟ ଷ୍ଟାରଶିପକୁ ଆଜି ସଫଳତାର ସହିତ ଲଞ୍ଚ କରାଯାଇଥିଲା । ଭାରତୀୟ ସମୟ ସନ୍ଧ୍ୟା ପାଖାପାଖି ୭ଟା ସମୟରେ ରକେଟକୁ ଦକ୍ଷିଣ ଟେକ୍ସାସର ବୋକା ଚିକା ସ୍ଥିତ ଷ୍ଟାରବସରୁ ଉତକ୍ଷେପଣ କରାଯାଇଥିଲା । ତେବେ ଏହା ପରେ ଲାଗିଥିଲା ଏକ ବଡ଼ ଝଟକା, ସତେ ଯେମିତି ଇତିହାସ ଅଧାବାଟରେ ଅଟକି ଯାଇଥିଲା ।

ଆଜି ରକେଟ ଲଞ୍ଚ ହେବାର ୪ ମିନିଟ ପରେ ପାଖାପାଖି ୩୩ କିମିର ଉଚ୍ଚତାରେ ରକେଟ ଫାଟି ଫାଟି ଯାଇଥିଲା । ତେବେ ରକେଟରେ କ’ଣ ତ୍ରୁଟି ରହିଥିଲା ତାହା ଯାଞ୍ଚ ପରେ ଜଣାପଡ଼ିବ । ଷ୍ଟାରଶିପ ବିଶ୍ୱର ସବୁଠାରୁ ବଡ଼ ରକେଟ ହୋଇଥିବା ବେଳେ ଏହାର ଉଚ୍ଚତା ୩୯୪ ଫୁଟ ଓ ବ୍ୟାସ ୨୯.୫ ଫୁଟ । ଏହି ରକେଟ ଦୁଇ ଭାଗରେ ବିଭକ୍ତ ହୋଇଥିବା ବେଳେ ଏହାର ଉପର ଅଂଶକୁ ଷ୍ଟାରଶିପ କୁହାଯାଇଥାଏ । ଏହା ମହାକାଶରେ ମଣିଷକୁ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ନେଇକରି ଯାଇଥାଏ ।

ଏହାର ଉଚ୍ଚତା ୧୬୪ ଫୁଟ ହୋଇଥିବା ବେଳେ ଏହା ଭିତରେ ୧୨୦୦ ଟନର ଇନ୍ଧନ ରହିଛି । ଏହି ରକେଶ ଏତେ ଶକ୍ତିଶାଳୀ ଯେ ଏହା ମାତ୍ର ଏକ ଘଣ୍ଟା ମଧ୍ୟରେ ପୃଥିବୀରୁ ଗୋଟିଏ କୋଣରୁ ଅନ୍ୟ କୋଣ ପର୍ଯ୍ୟନ୍ତ ପହଞ୍ଚି ପାରିବ । ଅର୍ଥାତ ଇଣ୍ଟରନ୍ୟାସନାଲ ଟ୍ରିପ ପାଇଁ ମାତ୍ର ୩୦ ମିନିଟ ବା ତା’ଠାରୁ ସାମାନ୍ୟ ଅଧିକ ଅଧିକ ଲାଗିବ । ସେହିପରି ଦ୍ୱିତୀୟ ଅଂଶକୁ ସୁପର ହେଭି କୁହାଯାଇଥାଏ । ଏହାର ଉଚ୍ଚତା ୨୨୬ ଫୁଟ, ଯାହାକୁ ପୁନଃବ୍ୟବହାର କରିବା ସମ୍ଭବ । ଏହା ଷ୍ଟାରଶିପକୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନେଇ ଫେରି ଆସିଥାଏ । ସେଥିରେ ୩୪୦୦ ଟନର ଇନ୍ଧନ ରହିଥିବା ବେଳେ ଏହାକୁ ୩୩ଟି ରାପ୍ଟର ଇଞ୍ଜନ ଉର୍ଜା ପ୍ରଦାନ କରିଥାନ୍ତି । ଏହା ଷ୍ଟାରଶିପକୁ ଅନ୍ତରୀକ୍ଷରେ ଛାଡ଼ି ବାୟୁମଣ୍ଡଳ ପାର କରିବା ପରେ ସମୁଦ୍ରରେ ପଡ଼ିଥାନ୍ତା ।

Get real time updates directly on you device, subscribe now.