fbpx

ୟୁରୋ କପ୍ ଫୁଟବଲ: ଜର୍ମାନୀକୁ ୨-୧ରେ ହରାଇ ସେମିରେ ପ୍ରବେଶ କଲା ସ୍ପେନ୍

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ୨୦୨୪ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଜର୍ମାନୀକୁ ଲାଗିଛି ଏକ ବଡ଼ ଝଟକା । କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ଖେଳାଯାଇଥିବା ମୁକାବିଲାରେ ସ୍ପେନ ନିକଟରୁ ୨-୧ ଗୋଲ ବ୍ୟବଧାନରେ ଜର୍ମାନୀ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଏହି ବିଜୟ ସହ ଚଳିତ ବର୍ଷର ୟୁରୋ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ସ୍ପେନ । ଗତକାଲି ସ୍ପେନ୍ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷରେ ସ୍ପେନ୍ ବାଜି ମାରିନେଇଥିଲା ।

ଏହି ମ୍ୟାଚର ନିର୍ଦ୍ଧାରିତ ସମୟର ଖେଳ ସୁଦ୍ଧା ପ୍ରତ୍ୟେକ ଟିମ୍ ୧ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଫଳରେ ମ୍ୟାଚର ସ୍ଥିତି ୧-୧ରେ ରହିଥିଲା । ଫଳରେ ତା’ପରେ ଅତିରିକ୍ତ ୩୦ ମିନିଟ୍ ପାଇଁ ଖେଳାଯାଇଥିଲା । ତେବେ ଏହି ସମୟରେ ସ୍ପେନର ଖେଳାଳିମାନେ କମାଲ କରି ୨-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଥମେ ୫୧ତମ ମିନିଟରେ ସ୍ପେନ ପକ୍ଷରୁ ଡାନି ଓଲମୋ ଏକ ଗୋଲ ସ୍କୋର କରିଥିବା ବେଳେ ୮୯ତମ ମିନିଟରେ ଜର୍ମାନୀ ପକ୍ଷରୁ ଫ୍ଲୋରିଆନ୍ ରିଜ୍ ଏକ ଗୋଲ କରି ସମାନ ସ୍ଥିତିକୁ ନେଇ ଆସିଥିଲେ । ମାତ୍ର ଅତିରିକ୍ତ ସମୟରେ ୧୧୯ତମ ମିନିଟରେ ଡାନି ଓଲମୋଙ୍କ ଏକ ଶଟକୁ ମାଇକେଲ ମେରିନୋ ହେଡର କରି ସ୍ପେନକୁ ବିଜୟୀ କରାଇଥିଲେ ।

Get real time updates directly on you device, subscribe now.