fbpx

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ସେଲ୍ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ୍ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍ କରାଯାଇଛି । ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ୱୟ ରଖିବ । ରେସିଡେଣ୍ଟ୍ କମିଶନର ରବିକାନ୍ତ ସ୍ୱତନ୍ତ୍ର ସେଲ୍ ର ନୋଡାଲ୍ ଅଫିସର୍ ରହିଛନ୍ତି । ଯୋଗାଯୋଗ ପାଇଁ ହ୍ୱାଟସଆପ୍, ଲ୍ୟାଣ୍ଡଲାଇନ୍ ଓ ଇ-ମେଲ୍ ଜାରି କରାଯାଇଛି । ମୋବାଇଲ୍/ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରାଯାଇଛି । ନମ୍ବର ଟି ହେଉଛି ୮୫୨୭୫୮୦୨୪୫ , ଲ୍ୟାଣ୍ଡ୍ ଲାଇନ୍ ନମ୍ବର- ୦୧୧-୨୩୦୧୨୭୫୧ । ଇମେଲ୍ ଆଇଡି ହେଉଛି- [email protected]/ [email protected]

Get real time updates directly on you device, subscribe now.