ମହାପ୍ରସାଦ ପାଇଁ ଠକାମୀରେ ପଡ଼ିବେନି ଭକ୍ତ! ଲାଗିବ ସ୍ୱତନ୍ତ୍ର Rate Chart

ପୁରୀ: ଶ୍ରୀ ମନ୍ଦିର ଆଇନ ପରିବର୍ତ୍ତନ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଆଗାମୀ ଦିନରେ ରେଟ୍ ଚାଟ୍ ଲାଗିବାର ବ୍ୟବସ୍ଥା କରାଯିବ ବୋଲି କହିଲେ ମୁଖ୍ୟ ପ୍ରଶାସକ ।

ଖଜା ଗୋଟିଏ ପାଶ୍ୱର୍ରେ, ମହାପ୍ରସାଦ ପାଇଁ ଅଲଗା ପାଶ୍ୱର୍ରେ ବ୍ୟବସ୍ଥା ହେବ ।

କେବଳ ଓମଫେଡ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଯଦି କିଛି ବ୍ୟତିକ୍ରମ ହୁଏ ତାହାଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛୁ ।