Teddy Day: କେଉଁ ରଙ୍ଗର ଟେଡି ଦେଲେ ନିବିଡ଼ ହେବ ସମ୍ପର୍କ? ଜାଣନ୍ତୁ କାହାକୁ ଦେବେ କେଉଁଭଳି ଟେଡି…
ଭାଲେଣ୍ଟାଇନ୍ସ ୱିକରେ ଯୁବପିଢ଼ି ପାଳୁଛନ୍ତି ଟେଡି ଡେ । କାହା ପାଇଁ କେଉଁ ରଙ୍ଗ ଭଲ ।
ଓଡ଼ିଶା ଭାସ୍କର: ଭାଲେଣ୍ଟାଇନ୍ସ ୱିକର ୪ର୍ଥ ଦିନକୁ ଟେଡି ଡେ’ ଭାବେ ପାଳନ କରାଯାଏ । ଏହି ଖାସ୍ ଦିନକୁ ଆପଣ ନିଜ ଭାଇ, ଭଉଣୀ, ପ୍ରୀୟଜନଙ୍କ ସହ ପାଳନ କରିପାରିବେ । ଯଦି ଆପଣ ସିଙ୍ଗଲ ତେବେ ସେଲ୍ଫ ପାମ୍ପରିଂ ପାଇଁ ମଧ୍ୟ ନିଜ ସହିତ ଟେଡି ଡେ’ ପାଳନ କରିପାରିବେ ।
ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଟେଡି ଦେଇ ଭାବର ଆଦାନପ୍ରଦାନ କରନ୍ତି । ବଜାରରେ ବିଭିନ୍ନ ରଙ୍ଗର ଟେଡି ମୁଳୁଥିବାବେଳେ ଆପଣ କଲରକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇ ପାରନ୍ତି । କିଛି ଖାସ୍ ରଙ୍ଗର ଟେଡି କିଛି ଖାସ୍ ଲୋକଙ୍କୁ ହିଁ ଦେବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ ।
କାହାକୁ ଦେବେ କେଉଁ ରଙ୍ଗ: ନୀଳ ରଙ୍ଗ ବିଶ୍ୱାସର ପ୍ରତୀକ । ପ୍ରେମର ଗଭିରତାକୁ ମଧ୍ୟ ଏହି ରଙ୍ଗ ଦର୍ଶାଇ ଥାଏ । ଏହାର ଅର୍ଥ ଜୀବନର ପ୍ରତ୍ୟେକ ସୁଖ ଓ ଦୁଃଖ ସମୟରେ ସାଙ୍ଗରେ ରହିବାର ଭରସା ଦେଇଥାଏ ।
ସବୁଜ ରଙ୍ଗକୁ ରିଫ୍ରେସିଂ ରଙ୍ଗ ଭାବେ ଜଣାଯାଏ । ଯଦି ଆପଣ ଏ ରଙ୍ଗର ଟେଡି କାହାକୁ ଦେଉଛନ୍ତି ତେବେ ତା’ର ଅର୍ଥ ଆପଣ ସେ ବ୍ୟକ୍ତିଙ୍କ ଅପେକ୍ଷା କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି ।
ଆଶାର ପ୍ରତୀକ ହେଉଛି କମଳା ରଙ୍ଗ । ଯଦି ଆପଣ ନିଜ ପ୍ରିୟଜନଙ୍କୁ କମଳା ରଙ୍ଗର ଟେଡି ଦେଉଛନ୍ତି ତେବେ ତା’ର ଅର୍ଥ ହେଉଛି ଆପଣ ସେ ବ୍ୟକ୍ତିଙ୍କ ସହ ଭବିଷ୍ୟତରେ ମଧ୍ୟ ସାଥ୍ ଦେବେ ।
ଗୋଲାପି ରଙ୍ଗ ମହିଳାଙ୍କୁ ବେଶୀ ପସନ୍ଦ । ଯଦି ଆପଣ କୌଣସି ମହିଳାଙ୍କୁ ଗୋଲାପୀ ରଙ୍ଗର ଯେଡି ଦେବେ, ତେବେ ତା’ ଅର୍ଥ ଆପଣ ତାଙ୍କୁ ସଆଦରେ ଗ୍ରହଣ କରୁଛନ୍ତି ।
ଲଭରଙ୍କୁ ବିଶେଷ କରି ଲାଲ ରଙ୍ଗର ଟେଡି ଦିଆଯାଏ । ପ୍ରେମର ପ୍ରତୀକ ହେଉଛି ଏହି ରଙ୍ଗ । ନିଜର ଅତି ଖାସ୍ ଅବା ପ୍ରେମିକାଙ୍କୁ ଲାଲ ରଙ୍ଗର ଟେଡି ଦେଲେ ଦୁହିଁଙ୍କ ମଧ୍ୟରେ ପ୍ରେମଭାବ ବଢ଼ିଥାଏ ।