fbpx
BSKY
BJD MC SKY
BJD MS SKY

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କ୍ରୀଡ଼ା ବିଷୟ: କ୍ରୀଡ଼ା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଖୁବଶୀଘ୍ର ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ବିଷୟବସ୍ତୁ ସ୍ଥାନ ପାଇବ । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବା ସହିତ ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତ ବେହେରା ଏ ବାବଦରେ ସୂଚନା ଦେଇଛନ୍ତି । ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ରହିଥିବାରୁ ଓଡ଼ିଶା ବିଶ୍ୱସ୍ତରର କ୍ରୀଡ଼ା ଆୟୋଜନ କରିବାକୁ ସକ୍ଷମ ହୋଇ ପାରୁଛି । କ୍ରୀଡ଼ ପାଇଁ ଓଡ଼ିଶା ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଉଭା ହୋଇଛି । କ୍ରମାଗତ ଦୁଇ ବର୍ଷ ଧରି ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ବିଶ୍ୱ କ୍ରୀଡ଼ାର ହବ୍ ଭାବେ ପରିଣତ ହୋଇଛି ।

କେବଳ ହକି ନୁହେଁ ଫୁଟବଲ ଓ ଅନ୍ୟାନ୍ୟ କ୍ରୀଡ଼ା ଆୟୋଜନ କରି ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ରାଜ୍ୟ ସରକାର ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଓ ସାଫ ୨୦ ବର୍ଷରୁ କମ୍ ଚାମ୍ପିୟନଶିପକୁ ସଫଳତାର ସହିତ ଆୟୋଜନ କରିଛନ୍ତି । ସେହିପରି ରାଜ୍ୟରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନଶିପ, ଓଡ଼ିଶା ଓପନ୍ ଆଦି ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଛି । ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ବିଷୟ ସ୍ଥାନ ପାଇବା ଫଳରେ ଛାତ୍ରଛାତ୍ରୀମାନେ ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ଜ୍ଞାନ ଆହରଣ କରିପରିବେ । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଏହ ଯୋଜନାରେ ୨୫୦ଟି ସ୍କୁଲର ୧.୫ ଲକ୍ଷ ପିଲା ଭାଗ ନେଉଛନ୍ତି ।

Get real time updates directly on you device, subscribe now.