fbpx

(video): ମାହି ହେଉଛନ୍ତି ଭାଇରାଲ, ଚେନ୍ନାଇ ସୁପର କିଙ୍ଗସ ସେୟାର କଲା ଧୋନୀଙ୍କ ମଜାଦାର ଭିଡିଓ, କହିଲା – ଆୱାର ଗ୍ରେଟେଷ୍ଟ ଅଫ ଅଲ ଟାଇମ

ଓଡିଶା ଭାସ୍କର: ଆଇପିଏଲର ପ୍ରଥମ ସିଜନ ୧୬ ବର୍ଷ ପୂର୍ବେ ୨୦୦୮ ମସିହାରେ ଖେଳାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୧୭ ଟି ସିଜନ ଖେଳାଯାଇ ସାରିଛି । ଆଇପିଏଲ ଭାରତୀୟ କ୍ରିକେଟକୁ ଅନେକ ବଡ ବଡ ତାରକା ମଧ୍ୟ ଭେଟି ଦେଇଛି । ଆଇପିଏଲ ଇତିହାସ କଥା ଯଦି କୁହାଯାଏ, ତେବେ ମହେନ୍ଦ୍ର ସିଂ ଧୋନୀଙ୍କୁ ସବୁଠୁ ସଫଳ ଅଧିନାୟକ କୁହାଯିବ । ଉଭୟ ଧୋନୀ ଓ ରୋହିତ ଶର୍ମା ୫ ଥର ଲେଖାଏଁ ଆଇପିଏଲ ଟ୍ରଫି ଜିତିଛନ୍ତି ।

ନିକଟରେ ଚେନ୍ନାଇ ସୁପର କିଙ୍ଗସ ଥାଲା ବା ମାହିଙ୍କ ଏକ ଭିଡିଓ ସେୟାର କରିଛି । ଏହି ଭିଡିଓର କ୍ୟାପସନରେ ଉଲ୍ଲେଖ ରହିଛି – ‘ଆୱାର ଗ୍ରେଟେଷ୍ଟ ଅଫ ଅଲ ଟାଇମ’ । ଏହି ଭାଇରାଲ ଭିଡିଓରେ ମାହିଙ୍କୁ ଅନେକ ଅଲଗା ଅଲଗା ରୂପରେ ଦେଖିବାକୁ ମିଳୁଛି । ଧୋନୀଙ୍କ ଏହି ଭିଡିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହାକୁ ନେଇ ଅନେକ କମେଣ୍ଟସ୍ କରୁଛନ୍ତି । ଯାହା ରୋଚକର ଖୋରାକ ଯୋଗାଉଛି । କହିରଖୁ ,ଧୋନୀ ଆଇପିଏଲ ସମେତ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର । ତାଙ୍କୁ ବିଶ୍ୱକପ ସହ ଚାମ୍ପିୟନ୍ସ ଟ୍ରଫି ତଥା ସବୁକିଛି ମିଳିଛି । ଭାରତୀୟ କ୍ରିକେଟର ସେ ମଉଡମଣି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Get real time updates directly on you device, subscribe now.