fbpx

ବର୍ଡର- ଗାଭାସ୍କର ଟ୍ରଫିକୁ ନେଇ ଅଷ୍ଟ୍ରେଲିଆ ଦଳର ଚେତାବନୀ, ପୈଟ କମିନ୍ସ ଠୁ ନାଥନ ଲିୟୋନ ଦେଲେ ଚାଞ୍ଚଲ୍ୟକର ବୟାନ

ଓଡିଶା ଭାସ୍କର: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଆସନ୍ତା ୨୨ ନଭେମ୍ବରରୁ ୩ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଖେଳାଯିବ । ଏହି ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଦଳର ଖେଳାଳିମାନେ ଭିନ୍ନ ଭିନ୍ନ ବୟାନବାଜି କରିବାରେ ଲାଗିଛନ୍ତି । କଙ୍ଗାରୁ ଦଳର ଅଧିନାୟକ ପୈଟ କମିନ୍ସଙ୍କଠୁ ଆରମ୍ଭ କରି ଷ୍ଟାର ସ୍ପିନର ନାଥନ ଲିୟୋନ ମଧ୍ୟ ଏଥିରେ ସାମିଲ ରହିଛନ୍ତି ।

କହିରଖୁ, ଅଷ୍ଟ୍ରେଲିୟ ଦଳର ଅଧିନାୟକ ପୈଟ କମିନ୍ସ ବର୍ଡର-ଗାଭାସ୍କର ଟ୍ରଫି ଜିତିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଯେ, ଏହା ହେଉଛି ସେହି ଟ୍ରଫି ଯାହା ସେ ଜିତି ନାହାନ୍ତି । ଟିମର ଅନ୍ୟ ଖେଳାଳିମାନେ ମଧ୍ୟ ଏହା ଜିତି ନାହାନ୍ତି । ସେପଟେ ସ୍ପିନର ନାଥୟ ଲିୟୋନ ମଧ୍ୟ ଏହାକୁ ଜିତିବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଲିୟୋନ କହିଛନ୍ତି ଯେ, ୧୦ ବର୍ଷ ହେବ କାମ ବାକି ରହି ଯାଇଛି । ପ୍ରକାଶଥାଉ ଯେ, ଅଷ୍ଟ୍ରେଲିଆ ଶେଷଥର ପାଇଁ ୨୦୧୪-୧୫ ମସିହାରେ ବର୍ଡର-ଗାଭାସ୍କର ଟ୍ରଫି କରାୟତ୍ତ କରିଥିଲା । ସେବେଠୁ ଦଳକୁ ଏହି ଟ୍ରଫି ମିଳି ନାହିଁ ।

ଟ୍ରଫି ଖେଳିବା ପୂର୍ବରୁ ଅଧିନାୟକ ପୈଟ କମିନ୍ସ ପ୍ରାୟ ୮ ସପ୍ତାହର ଲମ୍ବା ବ୍ରେକ ବା ବିଶ୍ରାମ ନେଇଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଖେଳାଯିବାକୁ ଥିବା ଅନ୍ୟ ଶୃଙ୍ଖଳାରେ ସେ ନଜର ଆସିବେ ନାହିଁ ବୋଲି ପୂର୍ବରୁ କହି ସାରିଛନ୍ତି । ସେ ବ୍ରେକ ନେବାର କାରଣ ହେଉଛି ୧୮ ମାସ ଧରି ଲଗାତାର ଭାବରେ କ୍ରିକେଟ ଖେଳୁଛନ୍ତି ।

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ଖେଳସୂଚୀ

ପ୍ରଥମ ଟେଷ୍ଟ- ୨୨ ନଭେମ୍ବର ରୁ ୨୬ ନଭେମ୍ବର- ପର୍ଥ
ଦ୍ୱିତୀୟ ଟେଷ୍ଟ- ୬ ଡିସେମ୍ବର ରୁ ୧୦ ଡିସେମ୍ବର- ଆଡିଲେଡ
ତୃତୀୟ ଟେଷ୍ଟ- ୧୪ ଡିସେମ୍ବର ରୁ ୧୮ ଡିସେମ୍ବର- ବ୍ରିସବେନ
ଚତୁର୍ଥ ଟେଷ୍ଟ- ୨୬ ଡିସେମ୍ବର ରୁ ୩୦ ଡିସେମ୍ବର- ମେଲୱର୍ଣ୍ଣ
ପଞ୍ଚମ ଟେଷ୍ଟ- ୩ ଜାନୁଆରୀରୁ ୭ ଜାନୁଆରୀ- ସିଡନୀ

Get real time updates directly on you device, subscribe now.