fbpx

ରୋହିତ ଓ ବିରାଟଙ୍କ ଉପରେ ବର୍ଷିଲେ ସୁନିଲ ଗାଭାସ୍କର, ବୟାନ ଦେଇ କହିଲେ-କାହିଁକି ଖେଳିବେ ନାହିଁ!

ଓଡିଶା ଭାସ୍କର: ଆସନ୍ତା ୫ ସେପ୍ଟେମ୍ବରରୁ ଦୀଲିପ ଟ୍ରଫିର ଶୁଭାରମ୍ଭ ହେବାକୁ ଯାଉଛି । ଏହି ପ୍ରତିଯୋଗିତାର ଫାଇନାଲ ୨୨ ସେପ୍ଟେମ୍ବରରେ ଖେଳାଯିବ । ଏଥର ଟିମ ଇଣ୍ଡିଆର ବଡ ବଡ ଷ୍ଟାର ଏଥିରେ ଖେଳିବେ । ମାତ୍ର ଏହି ଷ୍ଟାର ତାଲିକାରେ ବିରାଟ କୋହଲି- କୋହିତଙ୍କ ନାମ ସାମିଲ ନାହିଁ । ଯାହାକୁ ନେଇ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ସେମାନଙ୍କ ଉପରେ ବର୍ଷିଛନ୍ତି । ଉଭୟ ବିରାଟ ଓ ରୋହିତ କାହିଁକି ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସୁନିଲ କହିଛନ୍ତି ଯେ, ଏହା ଭାରତୀୟ କ୍ରିକେଟ ପାଇଁ ଶୁଭ ସଂକେତ ନୁହେଁ ।

ସୁନିଲ ଗାଭାସ୍କର ଆହୁରି କହିଛନ୍ତି ଯେ, ଦିଲୀପ ଟ୍ରଫି ପାଇଁ ଚୟନକର୍ତ୍ତା କୋହଲି ଓ ରୋହିତଙ୍କ ନାମକୁ ସାମିଲ ନ କରିବା ଏକ ଖରାଫ ସଂକେତ । କାରଣ ଉଭୟ ବିରାଟ- ରୋହିତ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଖେଳିବା ପ୍ରାୟ ସୁନିଶ୍ଚିତ । ଜଣେ ଏହା କେବେ ମଧ୍ୟ ଚାହେଁ ନାହିଁ ଯେ, ଦୁଇ ଜଣ ଷ୍ଟାର ଖେଳାଳି ଟେଷ୍ଟ ସିରିଜ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତ୍‌ୁତି ନ କରନ୍ତୁ ଓ କମ ଅଭ୍ୟାସରେ ମ୍ୟାଚ ଖେଳନ୍ତୁ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି । ସେପଟେ ଜଶପ୍ରୀତ ବୁମରା ଦିଲୀପ ଟ୍ରଫି ନ ଖେଳିବାକୁ ନେଇ ଗାଭାସ୍କର ଜଣାଇଛନ୍ତି ଯେ, ତାଙ୍କ ଉପରେ ଅଧିକ ଚାପ ନ ଦେବା ଓ ତାଙ୍କର ବ୍ୟାକ ଇଂଜରୀ ସମସ୍ୟା ଏହାର କାରଣ । ମାତ୍ର ‘ରୋ-କୋ’ ଯୋଡି ଏହା ନ ଖେଳିବା ଉପରେ ସୁନିଲ ରାଗିଛନ୍ତି ।

Get real time updates directly on you device, subscribe now.