fbpx
BSKY SKY
BSKY SKY

ଜେଇଇ ପରୀକ୍ଷାରେ ରହିବ ସ୍ପୋର୍ଟସ କୋଟା! ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

BSKY

ନୂଆଦିଲ୍ଲୀ: ଜେଇଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଣିକି ଜେଇଇ ପରୀକ୍ଷାରେ ସ୍ପୋର୍ଯସ କୋଟା ରହିବା ନେଇ ସମ୍ଭାବନା ରହିଛି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ସ୍ପୋର୍ଟସ କୋଟା ନେଇ ଆଇଆଇଟୀ କାଉନ୍ସିଲ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଜେଇଇରେ ଯେଉଁମାନେ ଆଇଆଇଟି ଆସୁଛନ୍ତି, ସେମାନଙ୍କ ପାଇଁ ସ୍ପୋର୍ଟସ କୋଟାର ସମ୍ଭାବନା ରହିଛି । ତେବେ ପରୀକ୍ଷାରେ ସ୍ପୋର୍ଟସ କୋଟା ରହିଲେ ଛାତ୍ରଛାତ୍ରୀଭ୍କ ପାଇଁ ବେଶ୍ ଲାଭ ଦାୟକ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.