fbpx

ଏକାକୀ ରହୁଥିଲେ ଯୁବତୀ, ତାଙ୍କ ଗାଧୋଇବା ଦୃଶ୍ୟ ଦେଖୁଥିଲେ ଘର ମାଲିକଙ୍କ ପୁଅ, ତାପରେ…

ନୂଆଦିଲ୍ଲୀ: ଜଣେ ଯୁବତୀ ଦିଲ୍ଲୀରେ ଘର ନେଇ ରହି ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । କିନ୍ତୁ ତାଙ୍କ ଅଜାଣତରେ ଦିଲ୍ଲୀ ଘରର ମାଲିକଙ୍କ ପୁଅ ତାଙ୍କ ବାଥରୁମରେ ସ୍ପାଇ କ୍ୟାମେରା ଲଗାଇ ତାଙ୍କ ନଗ୍ନ ଚିତ୍ର ଦେଖୁଥିଲା । ଏନେଇ ଯୁବତୀ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ହଠାତ୍ ଦିନେ ତାଙ୍କ ହ୍ୱାଟ୍ସଆପର କିଛି ମେସେଜ ସେ ପଢିନଥିବା ବେଳେ ସେସବୁ ରିଡ କ୍ୟାଟେଗୋରୀରେ ଆସିବା ପାଇଥିଲେ । ଏହାକୁ ନେଇ ଯେତେବେଳେ ସେ ସତର୍କ ହୋଇ ଦେଖିଲେ, ବାରମ୍ବାର ଏମିତି ହେବା ସେ ଜାଣିବାକୁ ପାଇଥିଲେ ।

ଉକ୍ତ ଛାତ୍ରୀ ଜାଣିପାରୁ ନ ଥିଲେ ଏମିତି କେମିତି ହେଉଛି । କାରଣ ତାଙ୍କ ମୋବାଇଲ ଆଉ କେହି ଦେଖିବାର କୌଣସି ସୁଯୋଗ ନ ଥିଲା । ଏହା ବ୍ୟତୀତ ହ୍ୱାଟ୍ସଆପରେ ଅନ୍ୟ କିଛି ସନ୍ଦିଗ୍ଧ ଗତିବିଧି ସେ ପାଇଥିଲେ । ତେଣୁ ଏହାକୁ ନେଇ ସେ ପୋଲିସ ନିକଟକୁ ଯିବାରୁ ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଥିଲା କି ତାଙ୍କ ହ୍ୱାଟ୍ସଆପ ନମ୍ବର କୌଣସି ଲାପଟପରେ ଖୋଲାଯାଇଛି ।

ଅଧିକ ଯାଞ୍ଚ ପରେ ଯୁବତୀଠାରୁ ପୋଲିସ ଜାଣିବାକୁ ପାଇଥିଲା କି, ସେ ଗାଁକୁ ଯିବା ବେଳେ ଘର ମାଲିକଙ୍କ ଘରେ ଚାବି ଦେଇ ଯାଉଥିଲେ । ପୋଲିସ ଘର ମାଲିକଙ୍କ ଘର ଯାଞ୍ଚ କରିବା ବେଳେ ଘର ମାଲିକଙ୍କ ପୁଅ ରୁମରୁ ଦୁଇଟି ଲାପଟପ, ଗୋଟିଏ ସ୍ପାଇ କ୍ୟାମେରା ପେନଡ୍ରାଇଭ ଉଦ୍ଧାର କରିଥିଲା । ଅଧିକ ଯାଞ୍ଚରୁ ଘର ମାଲିକ ପୁଅର ଗୋଟିଏ ଲ୍ୟାପଟପରେ ଯୁବତୀଙ୍କ ହ୍ୱାଟ୍ସଆପ ଆକାଉଣ୍ଟ ପାଇଥିଲା । ଅନ୍ୟଟିରେ ଯୁବତୀଙ୍କ ଗାଧୁଆ ଘରର ଭିଡିଓ ଥିଲା । ପୋଲିସ କଠୋରତା ସହ ମାଲିକଙ୍କ ପୁଅକୁ ପଚରା ଉଚରା କରିବାରୁ ସେ ମାନିଥିଲା ସବୁକଥା ।

ଯୁବତୀ ନିଜ ଘରକୁ ଯିବା ବେଳେ ମାଲିକଙ୍କ ଘରେ ଯୁବତୀଙ୍କ ଘରର ଚାବି ଥିବାରୁ ସେହି ଯୁବକ ରୁମକୁ ଯାଇ ବାଥରୁମରେ ସ୍ପାଇ କ୍ୟାମେରା ଲଗାଇଥିଲା । ଏହା ବ୍ୟତୀତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଳକରି ସେ ଯୁବତୀଙ୍କ ଘରକୁ ଯାଉଥିଲା । ଦିନେ ଯୁବତୀଙ୍କ ମୋବାଇଲ ଅନଲକ ପାଇ ନିଜ ଲ୍ୟାପଟପରେ ଇନଷ୍ଟଲ କରିଥିଲା ହ୍ୱାସ୍ଆପ ନମ୍ବର । ସବୁ ଜାଣିବା ପରେ ପୋଲିସ ଉକ୍ତ ଯୁବକକୁ ଗିରଫ କରିଛି ।
ଏହା ବ୍ୟତୀତ, ଦିଲ୍ଲୀରେ ଏକାକୀ ରହୁଥିବା ମହିଳା ତଥା ଯୁବତୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି । ନିଜ ରୁମର ଚାବି ନିଜ ଅନୁପସ୍ଥିତିରେ କାହାକୁ ଦେବାକୁ ମନା କରିଛି ପୋଲିସ ।

Get real time updates directly on you device, subscribe now.