ପାଖଉଚି ଲଘୁଚାପ, ବର୍ଷା ନେଇ ବଢୁଛି ଭୟ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲା SRC
ଲଘୁଚାପ ଜନିତ ବର୍ଷା ନେଇ ସତର୍କ କଲା SRC।
ଭୁବନେଶ୍ୱର: ପାଖେଇଲା ଲଘୁଚାପ ଆଶଙ୍କା। ସେପଟେ ବର୍ଷା ନେଇ ସତର୍କ କଲା SRC। ଲଘୁଚାପ ଜନିତ ବର୍ଷା ନେଇ ସତର୍କ କଲା SRC। ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ।
ଲଘୁଚାପ ହେଲେ ଲଗାଣ ବର୍ଷା ଲାଗି ରହିବ। ତେଣୁ ବର୍ଷାରେ ତଳିଆ ଅଞ୍ଚଳ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି SRC।
ବର୍ଷା ପ୍ରଭାବିତ ଜିଲ୍ଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ। ମିକାବିଲା ପାଇଁ ପ୍ରଶାସନ ସଜାଗ ରହିବାକୁ ନିର୍ଦ୍ଦେଶ। ବଜ୍ରପାତ ବେଳେ ସୁରକ୍ଷିକ ସ୍ଥାନରେ ରହିବାକୁ ପରାମର୍ଶ। ଏହାସହ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ।