fbpx
BJD
BJD SKY
BJD SKY

ଶୀତ ପାଇଁ ଏସଆରସିଙ୍କ ଚିଠି, ଜାଣନ୍ତୁ କେଉଁ ଜିଲ୍ଲାକୁ ଅରେଞ୍ଜ ଓ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ?

BJD

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ଜାରୀ ରହିଥିବା ବେଳେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୀତ ଲହରୀ ନେଇ ଲୋକଙ୍କୁ ସତର୍କ କରାଇବାକୁ ବ୍ୟବସ୍ଥା ପାଇଁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ନଥିଲେ ରାତିରେ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ରାତିରେ ଦୁଇ ଚକିଆ ଯାନରେ ଯାତ୍ରାରୁ ବିରତ ରହିବାକୁ ପରାମର୍ଶ ଦିଆଯାଇଛି । ଶୀତ ଦୂର କରିବା ପାଇଁ ବୈଦ୍ୟୁତିକ ସରଞ୍ଜାମର ବ୍ୟବହାର ସର୍ତକତାର ସହ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଶୀତ ଦୂର ପାଇଁ ନିଆଁ ଜାଳିବା ଦିଗରେ ବିଶେଷ ଧ୍ୟାନ ଦେବା ଏସଆରସି କହିଛନ୍ତି ।

ତେବେ ରାଜ୍ୟରେ ପ୍ରବଳ ଶୀତର ଲହରୀ ନେଇ ୧୫ଟି ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ଟି ଜିଲ୍ଲାକୁ ତୀବ୍ର ଶୀତ ଲହରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାରେ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ ବା ତାଠୁ ଆହୁରି କମ୍ ତାପମାତ୍ରା ରହିବ । ୫ଟି ଜିଲ୍ଲା ହେଉଛି- ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ ।

ସେହିପରି ୧୦ଟି ଜିଲ୍ଲାକୁ ଶୀତ ଲହରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୦ଟି ଜିଲ୍ଲା ହେଉଛି- କୋରାପୁଟ, ବରଗଡ, କନ୍ଧମାଳ , ଦେଓଗଡ, କଟକ, ନବରଙ୍ଗପୁର, ବୌଦ୍ଧ, କାନପୁର, ମୟୂରଭଞ୍ଜ ଓ ବଲାଙ୍ଗିର ।

Get real time updates directly on you device, subscribe now.