fbpx

ଭାଇରସ୍: ନୂଆ ଷ୍ଟ୍ରେନରେ ଆସିଛି ୧୭ଟି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨ ।୧୨: ୟୁକେରେ କରୋନା ଭାଇରସର ନୂଆ ଷ୍ଟ୍ରେନ ପ୍ରସଙ୍ଗରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ପ୍ରାୟ ସମସ୍ତ ଭାଇରସରେ ମ୍ୟୁଟେସନ ଆସେ । ମାତ୍ର ଏଥିରେ ଏକା ଥରେ ୧୭ଟି ପରିବର୍ତ୍ତନ ଆସିଛି । ଏହା ଦ୍ୱାରା ଏହି ଭାଇରସ୍ ସୁପରସ୍ପେଡର ହୋଇଯାଇଛି । ଏହା ଦ୍ୱାରା ସଂକ୍ରମଣ ମାତ୍ରା ୭୦ ପ୍ରତିଶତ ବଢିଯାଇଛି । ମାତ୍ର ଏହା ଦ୍ୱାରା ମୃତ୍ୟୁ ହାର ବଢିନାହିଁ । ଅଷ୍ଟ୍ରେଲିଆ ଓ ୟୁରୋପରେ ଏହି ନୂଆ ଷ୍ଟ୍ରେନ୍ ମିଳିଛି । ଭାରତରେ ଏହି ଷ୍ଟ୍ରେନ୍ ଏପର୍ଯ୍ୟନ୍ତ ମିଳିନାହିଁ ।

Get real time updates directly on you device, subscribe now.