fbpx

ବାତ୍ୟା ପୂର୍ବରୁ ଆଶ୍ୱସ୍ତି ଦେଲେ ଏସଆରସି: ପରିସ୍ଥିତି ପାଇଁ ଆମେ ରହିଛୁ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟର ସ୍ୱତନ୍ତ ରିଲିଫ କମିଶନର ପ୍ରଦୀପ ଜେନା । ବାତ୍ୟା ହେବ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହା କାଲି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇ ପାରିବ ବୋଲି ଏସଆରସି କହିଛନ୍ତି । ବାତ୍ୟାର ଆଗାମୀ ଭବିଷ୍ୟତକୁ ନେଇ ପାଣିପାଗ ବିଭାଗ ସଠିକ ସୂଚନା ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଯଦି ବାତ୍ୟା ହୁଏ, ଆମେ ସେଥିପାଇଁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ରିଲିଫ କମିଶନର । ଏହି ଅବପାତ ଆଗକୁ ବାତ୍ୟାର ରୂପ ନେବ କି ନାହିଁ ତାହା କାଲି ଜଣାପଡିବ । ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଏସଆରସି ପ୍ରକାଶ କରିଛନ୍ତି । ଏହାପରେ ମଧ୍ୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସତର୍କ ରହିବାକୁ ସୂଚନା ଦିଆଯାଇଛି । ସେହିପରି ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ସହ ମଧ୍ୟ ଆଜି ଆଲୋଚନା ହୋଇତିବା ଏସଆରସି କହିଛନ୍ତି । ୧୭ଟି NDRF, ୨୦ଓଡ୍ରାଫ ଏବଂ ୧୭୫ଟି ଅଗ୍ନିଶମ ବାହିନୀ ଟିମ ବାତ୍ୟା ପାଇଁ ସଜାଗ ରହିଛନ୍ତି । ବାତ୍ୟା ସମୟରେ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି ।

ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ହୋଇଛି ବୋଳି ଏସଆରସି ମତ ଦେଇଛନ୍ତି । ତେବେ ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଏହାବ୍ୟତୀତ ଅଯଥାରେ ଦରଦାମ ବୃଦ୍ଧି କରାଗଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ହେଲେ ମାତ୍ର ଗୋଟିଏ ଦିନ ହିଁ ବଜାର ବନ୍ଦ ହୋଇପାରେ, ତେଣୁ ଆତଙ୍କିତ ହୋଇ ଜିନିଷପତ୍ର ନ କିଣିବାକୁ ଏସଅରସି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.