fbpx

ଲକ୍ଷ୍ନୌକୁ ୧୮୩ ରନ୍ ଟାର୍ଗେଟ୍ ଦେଲା ହାଇଦ୍ରାବାଦ, ହେନେରିକ୍ କ୍ଲାସନ୍ ଏବଂ ଅବଦୁଲ ସମଦଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ

ଚଳିତ ଆଇପିଏଲ୍ ସିଜିନ୍‌ର ୫୮ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ଚାଲିଛି । ହାଇଦ୍ରାବାଦ୍ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ଆଗରେ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ହାଇଦ୍ରାବାଦ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୧୮୨ ରନ୍ ସ୍କୋର କରିଥିଲା । ହାଇଦ୍ରାବାଦ୍ ପାଇଁ ହେନେରିକ୍ କ୍ଲାସନ୍ ୨୯ ବଲ୍‌ରେ ୪୭ ଏବଂ ଏବଂ ଅବଦୁଲ ସମଦ ୨୪ ବଲ୍‌ରେ ୩୬ ସର୍ବାଧିକ ରନ୍ ସ୍କୋର କରିଥିଲେ ।

ଏହି ମ୍ୟାଚରେ ହାଇଦ୍ରାବାଦ୍ ଦଳର ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ତୃତୀୟ ଓଭରରେ ପ୍ରଥମ ଝଟକା ପାଇଥିଲା। ତୃତୀୟ ଓଭରର ପ୍ରଥମ ବଲରେ ଯୁଧବୀର ସିଂ ଚରକ୍ ଅଭିଷେକ ଶର୍ମାଙ୍କୁ ଆଉଟ କରିଥିଲେ। ଶର୍ମା ୫ ବଲରେ ୭ ରନ୍ ସଂଗ୍ରହ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ପାୱାରପ୍ଲେ ର ଶେଷ ଓଭରରେ ରାହୁଲ ତ୍ରିପାଠୀ ପ୍ୟାଭିଲିୟନକୁ ଫେରିଥିଲେ। ସେ ୧୩ ବଲରେ ୨୦ ରନ୍ ସ୍କୋର କରିଥିଲେ। ରାହୁଲ ତାଙ୍କ ଇନିଂସରେ ୪ ଚୌକା ମାରିଥିଲେ। ତ୍ରିପାଠୀ ଏବଂ ଅନମୋଲଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୩୭ ରନ୍ ପାର୍ଟନରସିପ ହୋଇଥିଲା।

ଏହା ପରେ ଅଭିଜ୍ଞ ସ୍ପିନର ଅମିତ ମିଶ୍ର ନବମ ଓଭରରେ ଓପନର୍ ଅନମୋଲ ପ୍ରୀତ ସିଂଙ୍କୁ ନିଜ ଫଲୋତ୍ରୁରେ କ୍ୟାଚ ଧରି ପ୍ୟାଭିଲିୟନ ଫେରାଇଥିଲେ। ସେ ୨୭ ବଲରେ ୩୬ ରନ୍ ର ଏକ ଇନିଂସ ଖେଳି ଥିଲେ। ଏହି ଇନିଂସରେ ସେ ୭ ଚୌକା ମାରିଥିଲେ। ୧୩ ତମ ଓଭରର ପ୍ରଥମ ବଲରେ ହାଇଦ୍ରାବାଦ ଅଧିନାୟକ ଆଡେନ ମାର୍କ୍ରାମ ମଧ୍ୟ ଆଉଟ ହୋଇଯାଇଥିଲେ। ଲକ୍ଷ୍ନୌ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ତାଙ୍କ ୱିକେଟ୍ ନେଇଥିଲେ। ମାର୍କ୍ରାମ ୨୦ ବଲରେ ୨୮ ରନ ଖେଳିଥିଲେ।

ପରବର୍ତ୍ତୀ ବଲରେ ପାଣ୍ଡ୍ୟା ହାଇଦ୍ରାବାଦକୁ ୫ ଝଟକା ଦେଇଥିଲେ। ସେ ଗ୍ଲେନ୍ ଫିଲିପ୍ସଙ୍କୁ ତାଙ୍କର ପ୍ରଥମ ବଲରେ ଆଉଟ କରିଥିଲେ। ସେ ଖାତା ମଧ୍ୟ ଖୋଲି ପାରିନଥିଲେ। ୧୧୫ ସ୍କୋରରେ ହାଇଦ୍ରାବାଦ ୫ ୱିକେଟ୍ ହରାଇଥିଲା। ଷଷ୍ଠ ୱିକେଟ୍ ପାଇଁ ହେନ୍ରିଚ୍ କ୍ଲାସେନ୍ ଏବଂ ଅବଦୁଲ ସମାଦ ୫୮ ରନ୍ ପାର୍ଟନରସିପ କରିଥିଲେ। ତେବେ ୧୯ ତମ ଓଭରର ଶେଷ ବଲରେ କ୍ଲାସେନ୍ ଆଉଟ୍ ହୋଇଥିଲେ। ସେ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଥିଲେ। ୨୫ ବଲରୁ ସାମଦ ୩୭ ଏବଂ ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ।

Get real time updates directly on you device, subscribe now.