fbpx

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା; ଜିଲ୍ଲା ସଦରମହକୁମାରୁ ପୁରୀ ଧାମକୁ ଗଡ଼ିବ ବସ୍‌

ମହିଳାମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ

ଭୁବନେଶ୍ଵର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲ୍ଲାରୁ ବସ୍‌ସେବା ଆରମ୍ଭ ହେଲା । ଜିଲ୍ଲା ସଦରମହକୁମାରୁ ଭୁବନେଶ୍ଵର ଦେଇ ମହାପ୍ରଭୁଙ୍କ ଧାମ ପୁରୀକୁ ଯିବ ବସ୍‌ । “ଲକ୍ଷ୍ମୀ ଯୋଜନାରେ ମା’ମାନଙ୍କ ପାଇଁ ଟିକେଟ୍‌ର ମୂଲ୍ୟ ୫ ଟଙ୍କା,
ଶ୍ରୀଜଗନ୍ନାଥ ଏକ୍ସପ୍ରେସରେ ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ । ଏହା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ଓଡିଶା ବିକାଶର ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ପ୍ରଥମ ପର୍ଯ୍ୟାୟରେ ୧୨ ଜିଲ୍ଲାରୁ ଏହି ସେବା ଆରମ୍ଭ ହେଲା । ଏହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବରଗଡ, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ” ରାଜ୍ୟବାସୀଙ୍କୁ ପୁରୀଧାମ ଆସି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ଆମର ଏହି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ସେବା ଆରମ୍ଭ ହୋଇଛି । ଆପଣମାନେ ସମସ୍ତେ ଏହାର ସୁଯୋଗ ନିଅନ୍ତୁ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତୁ ।”

 

Get real time updates directly on you device, subscribe now.