fbpx

୨୦୨୨ ରେ ଦେବାଳିଆ ହୋଇପାରେ ଶ୍ରୀଲଙ୍କା ! ରେକର୍ଡ ସ୍ତରରେ ଦେଶର ମହଙ୍ଗାଇ

ନୂଆଦିଲ୍ଲୀ : ଶ୍ରୀଲଙ୍କା ସଂପ୍ରତି ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ରେକର୍ଡସ୍ତରରେ ରହିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ରହିଛି, ଏହି କାରଣରୁ ଦେଶର ରାଜସ୍ଵ ସରିବାକୁ ବସିଛି। ସ୍ଥିତି ଏମିତି ଉପୁଜିଛି ଯେ, ୨୦୨୨ରେ ଶ୍ରୀଲଙ୍କାରେ ଦେବାଳିଆ ଘୋଷିତ ହୋଇପାରେ। ଏହି ସୂଚନା ଦ ଗାର୍ଜିୟନର ରିପୋର୍ଟରେ ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା ମାନ୍ଦାବସ୍ଥା, କରୋନା ସଙ୍କଟର ତତ୍କାଳ ପ୍ରଭାବ ଏବଂ ଶୋଚନୀୟ ଭାବେ ପ୍ରଭାବିତ ପର୍ଯ୍ୟଟନ କ୍ଷତିର ସାମ୍ନା କରୁଛି। ମାତ୍ର ଉଚ୍ଚ ସରକାରୀ ଖର୍ଚ୍ଚ ଏବଂ ଟ୍ୟାକ୍ସ ହ୍ରାସରୁ ରାଜସ୍ଵ ମଧ୍ୟ ହ୍ରାସ ପାଇଛି। ଋଣ ଭାରରେ ବୁଡି ରହିବା ଏବଂ ଏହାର ପରିଶୋଧ କରିବା ଶ୍ରୀଲଙ୍କା ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ଚୀନ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବନିମ୍ନ ସ୍ତରରେ ପହଞ୍ଚି ଯାଇଛି।

ଏହା ମଧ୍ୟରେ ସରକାର ଜରିଆରେ ଘରୋଇ ଋଣ ଏବଂ ବିଦେଶୀ ବଣ୍ଡ ପୈଠ କରିବା ପାଇଁ ନୋଟ୍ ଛପାଇବା କାରଣରୁ ମହଙ୍ଗାଇକୁ ଆହୁରି ପ୍ରୋତ୍ସାହନ ମିଳିଛି। ବିଶ୍ଵ ବ୍ୟାଙ୍କ ଅନୁଯାୟୀ, ମହାମାରୀ ଆରମ୍ଭ ପରଠୁ ଦେଶର ୫ ଲକ୍ଷ ଲୋକ ଗରିବ ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲି ଯାଇଛନ୍ତି।
ଦ ଗାର୍ଜିୟନର ରିପୋର୍ଟ ଅନୁଯାୟୀ, ନଭେମ୍ବର ମାସରେ ଦେଶର ଦରବୃଦ୍ଧି ୧୧.୧ ପ୍ରତିଶତ ରେକର୍ଡ ସ୍ତରରେ ରହିଛି। ବର୍ଦ୍ଧିତ ଦରଦାମ ବୃଦ୍ଧି କାରଣରୁ ଲୋକେ ନିଜ ପରିବାର ଭରଣପୋଷଣ ଠିକ୍ ଭାବେ କରି ପାରୁ ନାହାନ୍ତି। ରାଜପକ୍ଷେ ଶ୍ରୀଲଙ୍କାରେ ଆର୍ଥିକ ଜରୁରୀକାଳୀନ ଘୋଷଣା କରିଛନ୍ତି।

Get real time updates directly on you device, subscribe now.