fbpx

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ

ପୁରୀ, ୧୩।୨(ଓଡିଶା ଭାସ୍କର) : ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ପ୍ରସ୍ତାବ ଚୂଡାନ୍ତ ହୋଇଛି। କିଛି ପରିବର୍ତ୍ତନ କରି ଚିଠାପ୍ରସ୍ତାବ ଚୂଡ଼ାନ୍ତ କରିଛି ମନ୍ଦିର ପ୍ରଶାସନ। ଆଜିର ପରିଚାଳନା କମିଟି ବୈଠକରେ ଏହା ଚୂଡାନ୍ତ ହୋଇଛି। ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ ରହିଛି। ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, ‘ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ। ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯିବ। ସବୁ ଜମିକୁ ମହାପ୍ରଭୁଙ୍କ ନାଁରେ ନାମିତ କରାଯିବ।’

ତେବେ କେମିତି ରହିବ ମନ୍ଦିରଠାରୁ ୭୫ ମିଟର ପରିସର, ସେନେଇ ଫଟୋ ଜାରି କରିଛି ମନ୍ଦିର ପ୍ରଶାସନ । ଉନ୍ନୟନମୂଳକ କାମ କିଭଳି ହେବ ସେନେଇ ବି ନକ୍ସା ଜାରି ହୋଇଛି। ଅବଡ଼ା ଯୋଜନାରେ ବିଶ୍ବସ୍ତରୀୟ ଏତିହ୍ୟ ସହର ହେବ ପୁରୀ। ସ୍ଥାନୀୟ ଲୋକ, ସେବାୟତ, ମଠ ପାଇଁ ପ୍ରକଳ୍ପ ସଫଳ ହୋଇଛି। ଏପ୍ରିଲ ୨୮ ସୁଦ୍ଧା ମିଳିବ NMA ଓ ASIର ଅନୁମୋଦନ ମିଳିଛି ବୋଲି କ୍ରିଷନ କୁମାର କହିଛନ୍ତି।

Get real time updates directly on you device, subscribe now.