fbpx

ସୁସ୍ଥ ହେଲେ ଶ୍ରୀଜୀଉ, ଲାଗି ହେଲା ଦଶମୂଳ

Advertisement

ଓଡିଶା ଭାସ୍କର: ଅଣସର ଘରେ ମହାପ୍ରଭୂଙ୍କ ଗୁପ୍ତନୀତି ପରେ ସେ ଆଜି ସୁସ୍ଥ ହୋଇଛନ୍ତି । ଚକାନୟନ ରକ୍ତବସ୍ତ୍ର ପିନ୍ଧିବା ସାରି ଦଶମୂଳ ଲାଗି ସାରିବା ପରେ ଏବେ ସେ ସପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତାର ଖବର ଆଜି ପୁରୀ ଗଜପତି ମହାରାଜଙ୍କ ପାଖକୁ ପହଞ୍ଚିବ । ତାପରେ ଆଉ କେଇ ଦିନ ପରେ ଜଗତର ନାଥ ଜଗନ୍ନାଥ ନିଜର ମାନବୀୟ ଲୀଳାର ପ୍ରଦର୍ଶନ କରି ସାରା ବିଶ୍ୱକୁ ନିଜ କୃପା ପ୍ରଦାନ କରିବେ । ବଡ ଦେଉଳ ଜନସମୁଦ୍ର ସାଜିବେ । ଟାହିଆରେ ମହାପ୍ରଭୂ ଝୁଲି ଝୁଲି ମାଉସୀ ମା’ ଘରକୁ ଯିବେ । ଯାହାକୁ ଅପେକ୍ଷା କରିଛି ସାରା ବିଶ୍ୱ ।

ରଥଯାତ୍ରା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରସ୍ତୁତି ବୈଠକ ସାରିଛନ୍ତି । ଏଥର ରଥଯାତ୍ରାରେ ପ୍ରତୀକାତ୍ମକ ରଥଟଣା ମଧ୍ୟ ହେବ । ଦ୍ୱିତୀୟ ଗିନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚିବ । ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ତାହା ସହ ଭକ୍ତଙ୍କ ସହ ଏଥର ରଥଟାଣିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଥିପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯିବ । ଶ୍ରୀକ୍ଷେତ୍ରରେ ପୁଲିସର ଛାଉଣି ରହିବ । ସମଙ୍ଗ ପାର୍କିଂରେ ରାଷ୍ଟ୍ରପତି ଓହ୍ଲାଇବେ । ସେପଟେ ରଥଯାତ୍ରା ପାଇଁ ‘ବ୍ରେକ୍ ସିଷ୍ଟମ’ ମଧ୍ୟ ପ୍ରସ୍ତୁତ ହୋଇ ବ୍ରଜରାଜନଗରରୁ ଆସି ସାରିଛି । ଭକ୍ତ ମଧ୍ୟ ନିଜ ମହାବାହୁଙ୍କୁ ଅପେକ୍ଷା କରିଛି । ସେ ଆସିବେ, ଭକ୍ତ କୋଟିକୈବଲ୍ୟ ନାଥଙ୍କ କୃପାରେ ନିଜକୁ କୃତ୍ୟ କୃତ୍ୟ କରିବ । ଭଗବାନ ଓ ଭକ୍ତର ମହାମିଳନ ହେବ ଆଉ କେଇ ଦିନଟା ପରେ ।

Get real time updates directly on you device, subscribe now.