ନୂଆଦିଲ୍ଲୀ: ସଂକଟ ସମୟରେ ଦମଦାର ପାଳି ପାଇଁ ସୁନ୍ଦର ଉପହାର ପାଇଛନ୍ତି ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ । ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ ତରଫରୁ ପ୍ଲେୟର ଅଫ ଦ ମନ୍ଥ ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହି ପରୁସ୍କାର ହାସଲ କରିବାରେ ସେ ଶ୍ରୀଲଙ୍କାର ପ୍ରଥମ ଖେଳାଳି ପାଲଟିଛନ୍ତି । ଏହାସହ ଶ୍ରୀଲଙ୍କାର ଅସିଥା ଫର୍ଣ୍ଣାଣ୍ଡୋ ଏବଂ ବାଂଲାଦେଶର ମୁସିଫକୁର ରହିମଙ୍କୁ ପଛରେ ପକାଇଛନ୍ତି । ବାଂଲାଦେଶ ବିପକ୍ଷ ସିରିଜରେ ସର୍ବାଧିକ ରନ ସଂଗ୍ରହ କରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଚଟଗାଓଁରେ ଖେଳାଯାଇତିବା ପ୍ରଥମ ଟେଷ୍ଟରେ ୧୯୯ ରନର ଏକ ଦମଦାର ପାଳି ଖେଳିଥିଲେ ଆଞ୍ଜେଲୋ ମାଥ୍ୟୁସ । ସେହିପରି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ୧୪୫ ରନର ଏକ ଇନିଂସ ଖେଳିଥିଲେ । ତାଙ୍କର ଏହି ପାଳି ବଳରେ ସିରିଜ ଉପରେ କବଜା କରିଥିଲା ଶ୍ରୀଲଙ୍କା । ତେବେ ତାଙ୍କର ଏହି ଦୁଇ ପାଳି ପାଇଁ ତାଙ୍କୁ ପ୍ଲେୟର ଅଫ ଦ ମନ୍ଥ ଭାବରେ ସମ୍ମାନ ପ୍ରଦାନ କରାଯାଇଛି । ତେବେ ଏହି ପୁରସ୍କାର ହାସଲ କରିବାରେ ପ୍ରଥମ ଶ୍ରୀଲଙ୍କା ଖେଳାଳି ପାଲଟିଛନ୍ତି ମାଥ୍ୟୁସ । ତାଙ୍କ ପୂର୍ବରୁ କୌଣସି ଶ୍ରୀଲଙ୍କା ଖେଳାଳି ଏହି ପୁରସ୍କାର ହାସଲ କରି ପାରିନଥିଲେ ।
ପୁରସ୍କାର ପାଇବା ପରେ ସେ ନିଜ ଦଳ ଏବଂ ସାଥୀ ଖେଳାଳିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହା ବ୍ୟତୀତ ଦମଦାର ପ୍ରଦର୍ଶନ କରିଥିବା ବାଂଲାଦେଶର ମୁସିଫକୁର ରହିମ ଏବଂ ଶ୍ରୀଲଙ୍କା ଖେଳାଳି ଅସିଥ ଫର୍ଣ୍ଣାଣ୍ଡୋଙ୍କୁ ଧନ୍ୟବାଦ ଦେଇଛନ୍ତି ମାଥ୍ୟୁସ । ଏହି ଦୁଇ ଜଣ ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ମାଥ୍ୟୁସ ପୁରସ୍କାର ହାସଲ କରିଛନ୍ତି ।