fbpx

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ସ୍ୱତନ୍ତ୍ର ଟିମ ଦ୍ୱାରା ସ୍ଥିତି ଅନୁଧ୍ୟାନ ପରେ ମରାମତି ହେବ ରତ୍ନଭଣ୍ଡାର

Advertisement

ପୁରୀ: ଆସନ୍ତା ଜୁଲାଇ ୮ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିଲାଗି ରତ୍ନଭଣ୍ଡାରର ବାହାର ପାଶ୍ୱର୍ କାନ୍ଥରେ ଲେଜର ସ୍କାନିଂ କରାଯାଇଛି । ଏହାରା ସମ୍ପୂର୍ଣ୍ଣ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି ହେବା ନେଇ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡା. ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି ।

ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡା. ଡିବି ଗଡ଼ନାୟକଙ୍କ କହିବାନୁଯାୟୀ ରତ୍ନଭଣ୍ଡାର ବାହାର ପାଶ୍ୱର୍ କାନ୍ଥରେ ଲେଜର ସ୍କାନିଂ କରାଯାଇଛି । ଏଥିରେ ଅନେକ ସ୍ଥାନରେ କ୍ରାକ ରହିଥିବା ଜଣାପଡ଼ିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେମାନେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଯାଞ୍ଚ କରିବେ । କୋର କମିଟି ଏବଂ ଟେକ୍ନିକାଲ କମିଟିଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ ।

Get real time updates directly on you device, subscribe now.