fbpx

‘ହମାରି ବାଲି ଗୁଡ୍ ନ୍ୟୁଜ୍’ରେ ବ୍ୟାଡ୍ ସିଚ୍ୟୁଏସନ୍, ଟେକ୍ନିସିଆନ୍ କଲେ ଏମିତି…

ଓଡ଼ିଶା ଭାସ୍କର ବ୍ୟୁରୋ: ହମାରି ବାଲି ଗୁଡ୍ ନ୍ୟୁଜ୍ ରେ ଏମିତି ଘଟିଲା ଯାହା ବ୍ୟାଡ୍ ନ୍ୟୁଜ୍ ରେ ପରିଣତ ହୋଇଗଲା । ଏମିତି ଘଟିଲା ଯେ ଅଭିନେତ୍ରୀ ସୃଷ୍ଟି ଜୈନଙ୍କ ମୁଣ୍ଡରେ ରଡ୍ ବାଜି ଗୁରୁତର ଆଘାତ ହୋଇଗଲା ।
ସୂଚନା ଅନୁସାରେ ସବୁ ଠିକ୍ ଠାକ୍ ଚାଲିଥିଲା । ହେଲେ ଶୁଟିଂ ମଝିରେ ହଠାତ୍ ମେଟାଲ୍ ରଡ୍ ଖସି ପଡ଼ିଲା । ଫଳରେ ଅଭିନେତ୍ରୀ ସୃଷ୍ଟିଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଗଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାରେ ସୁଧାର ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ଓ ଏକ ସାକ୍ଷାତକାରରେ ସୃଷ୍ଟି କହିଛନ୍ତି ଯେ ଶୁଟିଂ ସମୟରେ ହଠାତ୍ ଦୁର୍ଘଟଣା ଘଟିଥିଲା । ମୋ ସିନ୍ ଶୁଟିଂ ସରିବା ପରେ ଉକ୍ତ ସ୍ଥାନରୁ ଅନ୍ୟତ୍ର ଯାଉଥିବାବେଳେ ହଠାତ୍ ମୋ ମୁଣ୍ଡରେ ପ୍ରବଳ ଆଘାତ ଲାଗିଲା । ତେବେ ମୋତେ କିଛି ସୂଚନା ନଦେଇ ଟେକନିସିଆଲ୍ ଲାଇଟ୍ ଫ୍ରେମ୍ ହଟାଇବା ଆରମ୍ଭ କରିଦେଇଥିଲେ । ଫଳରେ ଏକ ମେଟାଲ୍ ରଡ୍ ଖସି ସିଧା ମୋ ମୁଣ୍ଡରେ ବାଡ଼େଇ ହୋଇଯାଇଥିଲା । କୋ-ଆର୍ଟିଷ୍ଟ ଓ ଅନ୍ୟମାନେ ମୋତେ ଡାକ୍ତରଖାନା ନେଇଥିଲେ ଓ ସେଠାରେ ମୋର ସିଟି ସ୍କାନ୍ କରାଯାଇ ଚିକିତ୍ସା କରାଯାଇଥିଲା ବୋଲି ସୃଷ୍ଟି କହିଛନ୍ତି । ତେବେ ଡାକ୍ତରଖାନାର ଏମର୍ଜେନ୍ସି ୱାର୍ଡରେ ମୋତେ ଭାରୀ ଭୟ ଲାଗୁଥିଲା । ସୌଭାଗ୍ୟକୁ ଭିତିରି ଆଘାତ କିଛି ନଥିଲା । କିନ୍ତୁ ଟେକନିସିଆନ୍ ମାନଙ୍କୁ ଅଧିକ ସତର୍କ ରହିବା ଦରକାର ବୋଲି ସୃଷ୍ଟି ମତ ଦେଇଛନ୍ତି ।

Get real time updates directly on you device, subscribe now.