fbpx

SSB ପକ୍ଷରୁ ଜରୁରୀ ସୂଚନା: ୧୦୬୫ଟି ଅଧ୍ୟାପକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଧ୍ୟାନ ଦିଅନ୍ତୁ

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ୧୦୬୫ଟି ଅଧ୍ୟାପକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ନୂଆ ଅପଡେଟ୍ । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରାଯାଇଛି । ଅଧ୍ୟାପକ ପଦ ନିମନ୍ତେ ଗତ ସେପ୍ଟେମ୍ବର ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ମାସ ୧୩ରେ ସମାପ୍ତ ହୋଇଥିଲା ।

ବୋର୍ଡର ନୋଟିସ୍ ମୁତାବକ, ଆସନ୍ତା ଡିସେମ୍ବର ମାସ ୩ ତାରିଖରେ ଅଧ୍ୟାପକ ପଦ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରମାନଙ୍କରେ ପରୀକ୍ଷା କରାଯିବ । ଭୁବନେଶ୍ୱର, କଟକ, ଜୟପୁର, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ବଲାଙ୍ଗିର ଜୋନ ଅଧିନସ୍ଥ କେନ୍ଦ୍ରମାନଙ୍କରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରିବେ । ପ୍ରାର୍ଥୀମାନେ ନଭେମ୍ବର ମାସ ୨୪ ତାରିଖ (୧.୦୦ ପିଏମ) ପରେ ଅଫିସିଆଲ ୱେବସାଇଟ ଙ୍ଗଙ୍ଗଙ୍ଗ.ଗ୍ଦଗ୍ଦଭକ୍ଟୟସଗ୍ଦଷବ.ଦ୍ଭସମ.ସଦ୍ଭକୁ ଯାଇ ଜନ୍ମ ତାରିଖ ଓ ମୋବାଇଲ ନମ୍ବର ଦେଇ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଏହି ପଦରେ ଆବେଦନ କରିବା ନିମନ୍ତେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରଦତ୍ତ ସମ୍ବନ୍ଧିତ ବିଷୟରେ ମାଷ୍ଟର ଡିଗ୍ରୀ ରହିଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୪୨ ବର୍ଷ ରହିଥିଲା । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ବୋଲି କୁହାଯାଇଥିଲା । ଅଣସଂରକ୍ଷିତ / ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଥିଲା ।

ପରୀକ୍ଷା ନୋଟିସ ଲିଙ୍କ: https://ssbodisha.ac.in/wp-content/uploads/2023/11/1256.pdf

Get real time updates directly on you device, subscribe now.