fbpx

ଜୁନ୍ ୨୮ରେ ହେବ ଜୁନିୟର ଆସିଷ୍ଟାଣ୍ଟ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ: ସୂଚନା ଦେଲା SSB

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ୧୯ ତାରିଖରେ ଏହି ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହା ମଧ୍ୟରେ ଏହି ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟର ଶିଡ୍ୟୁଲ ଜାରି କରାଯାଇଛି । ଆସନ୍ତା ୨୮ ତାରିଖରେ ଏହି ଟେଷ୍ଟ ହେବା ନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ସୂଚନା ଜାରି କରାଯାଇଛି ।

ପ୍ରାର୍ଥୀମାନେ ନିଜ ନିଜର ଆଡମିଟ୍ କାର୍ଡ ଧରି ଭୁବନେଶ୍ୱର ସ୍ଥିତ ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟ, ଚନ୍ଦ୍ରଶେଖରପୁରରେ ଉପସ୍ଥିତ ହେବେ । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରଥମ ଶିଟିଂ ଓ ମଧ୍ୟାହ୍ନ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଟିଂ ଟେଷ୍ଟ ହେବ । ପ୍ରାର୍ଥୀଙ୍କର ରୋଲ ନମ୍ବରର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୬୦ଟି, ସିଏଚଏସଇରେ ୨୮ଟି ଓ ବିଏସଇରେ ୨୦ଟି ଏପରି ଭାବେ ମୋଟ ୧୦୮ଟି ପଦ ପୂରଣ ହେବ । ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ପରେ ପ୍ରାର୍ଥୀଙ୍କ ଆବେଦନ ଫିସ୍ ହ୍ରାସ କରାଯାଇଥିଲା । ୧୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଓ ୫୦୦ ଟଙ୍କା ବଦଳରେ ୨୦୦ ଟଙ୍କା କରାଯାଇଥିଲା । ଏହି ସମସ୍ତ ପଦ ପୂରଣ ପାଇଁ ମାର୍ଚ୍ଚ ୧୬ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଏପ୍ରିଲ ୧୫ ତାରିଖରେ ସମାପ୍ତ ହୋଇଥିଲା ।

ଲିଙ୍କ: https://ssbodisha.ac.in/wp-content/uploads/2024/06/350b.pdf

Get real time updates directly on you device, subscribe now.