fbpx

SSB ଆରମ୍ଭ କରିବ ‘Payment Related Query Portal’: ଜୁନିୟର ଆସିଷ୍ଟାଣ୍ଟ, ଅଧ୍ୟାପକ, ପିଜିଟି ପଦକୁ ନେଇ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି) ଓଡ଼ିଶା ପକ୍ଷରୁ ନିକଟରେ ଅଧ୍ୟାପକ, ପିଜିଟି ଶିକ୍ଷକ, ଜୁନିୟର ଆସିଷ୍ଟାଣ୍ଟ ଆଦି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ କିଛି ପ୍ରାର୍ଥୀ ଗୋଟିଏ ପଦ ପାଇଁ ଆବେଦନ କରୁଥିବା ବେଳେ ଅନ୍ୟ ପଦ ପାଇଁ ପେମେଣ୍ଟ କରିଥିବା ନେଇ ଏସଏସବି ନଜରକୁ ଆସିଥିଲା । ତେଣୁ ଏଭଳି ତ୍ରୁଟି କଲେ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ ହୋଇଥିବା ବୋଲି ଏସଏସବି ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା ।

ତେବେ ଏହା ମଧ୍ୟରେ ୪ଟି ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଏସଏସବି ପକ୍ଷରୁ ପୁଣି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଅନଲାଇନ୍ ପେମେଣ୍ଟରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି । କିଛି ପ୍ରାର୍ଥୀ ଭୁଲ୍ ଆଇଡିରେ ପେମେଣ୍ଟ କରୁଥିବା ନଜରକୁ ଆସିଛି । ତେଣୁ ପ୍ରାର୍ଥୀମାନେ ସେମାନଙ୍କର ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିନାହାନ୍ତି । ଏହି ସମସ୍ୟା ଦୂର ପାଇଁ ଏସଏସବି ‘ପେମେଣ୍ଟ ରିଲେଟେଡ କୋରି ପୋର୍ଟାଲ’ ଆରମ୍ଭ କରିବ । ଏହି ପୋର୍ଟାଲ ଏପ୍ରିଲ ୨୩ରୁ ୨୬ ପର୍ଯ୍ୟନ୍ତ ଖୋଲିବ । ପ୍ରାର୍ଥୀମାନେ ନିଜ ନିଜର ଆପ୍ଲିକେସନର ତ୍ରୁଟି ସଂଶୋଧନ କରିବା ସହ ମେ ୧ରୁ ୪ ତାରିଖ ମଧ୍ୟରେ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ବିଜ୍ଞପ୍ତି ଲିଙ୍କ: https://ssbodisha.ac.in/wp-content/uploads/2024/04/56.pdf

Get real time updates directly on you device, subscribe now.