fbpx

ଏସଏସପିଙ୍କ ମାନବିକତା: ଛାତ୍ରଙ୍କୁ ଛାଡ଼କଲେ ୫୦୦୦ ଟଙ୍କାର ବାଇକ୍ ଚାଲାଣ

ଇଟାୱା, ୧୩ା୨: ଉତ୍ତରପ୍ରଦେଶରେ ଜଣେ ଛାତ୍ରଙ୍କ ଠାରୁ ବାଇକ ଚେକିଂ ବାବଦରେ ୫ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ପରେ ଛାତ୍ରଜଣକ ଏନେଇ ଜିଲ୍ଲା ଏସଏସପିଙ୍କୁ ଟ୍ୱିଟ କରି ନିଜର ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଏସଏସପି ଛାତ୍ରଙ୍କୁ କ୍ଷମା କରିଦେବା ସହ ଚାଲାଣ ରଦ୍ଦ କରି ମାନବିକତାର ପରିଚୟ ଦେଇଛନ୍ତି ।

ଏମ.ଏ ପଢ଼ୁଥିବା ଦୀପେନ୍ଦ୍ର ଯାଦବ କୋଚିଂ ସାରି ଘରକୁ ଫେରୁଥିବା ସମୟରେ ତାଙ୍କର ବାଇକ ଟ୍ରାଫିକ ଚେକିଂ କରାଯାଇଥିଲା । ବାଇକର ନମ୍ବର ମିସିଂ ଥିବାରୁ ତାଙ୍କଠାରୁ ୫ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ପରେ ଛାତ୍ରଜଣକ ଏନେଇ ନିଜର ଦୋଷ ସ୍ୱୀକାର କରିବା ସହ ନିଜର ଆର୍ଥିକ ସମସ୍ୟା ବିଷୟରେ ଜିଲ୍ଲା ଏସଏସପିଙ୍କ ନିକଟକୁ ଟ୍ୱିଟ କରିଥିଲେ । ଏସଏସପି ଛାତ୍ରଙ୍କ ଚାଲାଣ ରଦ୍ଦ କରିବା ସହ ଭଲ ପାଠପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହି ଘଟଣା ପରେ ଦୀପେନ୍ଦ୍ର ଏସଏସପିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.