fbpx

ସଂଶୋଧନ ହେବ ଏସଟି ଜମି ହସ୍ତାନ୍ତର ମାମଲା: ବିଧାନସଭାରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ସଂଶୋଧନ ହେବା ନେଇ ଆଜି ଘୋଷଣା କରାଯାଇଛି । ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ତେବେ ଏ ନେଇ ଆଦିବାସୀ ଉପଦେଷ୍ଟା କମିଟି ଅଦିକ ତର୍ଜମା କରିବେ ବୋଲି କହିଛନ୍ତି ପୂଜାରୀ ।

ତେବେ ଆଜି ବିଧାନସଭାର ଶୀତ ଅଧିବେଶନର ତୃତୀୟ ଦିନରେ ଏହି ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । କିଛି ଦିନ ତଳେ ମଜି ହସ୍ତାନ୍ତର ମାମଲାରେ କ୍ୟାବିନେଟ ବୈଠକ ଉପରେ ରୋକ ଲଗାଯାଇଥିଲା । ତେବେ ଏହାକୁ ନେଇ ଗତକାଲି ବିରୋଧୀ ଦଳ ଗୃହରେ ହଟ୍ଟଗୋଳ ମଧ୍ୟ କରିଥିଲେ । ତେବେ ଆଜି ପୂଜାରୀଙ୍କ ଏପରି ଏକ ବିବୃତି ଦେଇଛନ୍ତି । କ୍ୟାବିନେଟର ପୂର୍ବ ନିଷ୍ପତ୍ତି ଉପରେ ଅଦିକ ତର୍ଜମା କରିବାକୁ ସେ ଘୋଷଣା କରିଛନ୍ତି ।

ତେବେ ତାଙ୍କର ଏହି ବିବୃତିକୁ ସମର୍ଥନ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଏପରି ଏକ ନିଷ୍ପତ୍ତି ଦ୍ୱାରା ଆଦିବାସୀଙ୍କ ଦ୍ୱନ୍ଦ୍ୱ ଦୂର ହୋଇଥିବା କହିଛନ୍ତି ସୁଦାମ ମାର୍ଣ୍ଡି ।

Get real time updates directly on you device, subscribe now.