ସାଧାରଣ ଭାବେ ଦୈନନ୍ଦିନ ଜୀବନରେ ଅଧିକାଂଶ ଲୋକଙ୍କର ବାସି ଖାଦ୍ୟ ଖାଇବାର ଅଭ୍ୟାସ ରହିଥାଏ । ପୂର୍ବଦିନ ରାତିରୁ ରହିଥିବା ଖାଦ୍ୟକୁ ଗରମ କରି ଅନେକ ଲୋକ ଖାଇଥାନ୍ତି । ବିଶେଷଜ୍ଞଙ୍କ ମତରେ, ଏହି ଖାଦ୍ୟ ଖାଇବା ଦ୍ୱାରା ଆପଣ ଭୟଙ୍କର ରୋଗରେ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଖାଦ୍ୟକୁ ସତେଜ ଅବସ୍ଥାରେ ସେବନ କରିବା ଉଚିତ । ସଚେତନ ନରହିଲେ ଆପଣ ମୃତ୍ୟୁମୁଖରେ ପଡ଼ିବାର ମଧ୍ୟ ସମ୍ଭାବନା ରହିଛି ।
– ଆଳୁକୁ ରାନ୍ଧିବା ପରେ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ଛାଡ଼ି ଦିଆଯାଏ, ସେଥିରେ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ଏହି ବ୍ୟାକ୍ଟେରିଆ ଯୋଗୁଁ ଆମ ଶରୀରରେ ଦୃଷ୍ଟିଶକ୍ତି ହ୍ରାସ, ମୁହଁ ଶୁଖିଲା, ଶ୍ୱାସକ୍ରିୟାରେ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଦେଇଥାଏ । ଏହି ସମସ୍ୟା ସାଧାରଣତଃ ଶିଶୁଙ୍କ ଠାରେ ଦେଖାଦେଇଥାଏ । ଆଳୁକୁ କଦାପି ମାଇକ୍ରୋୱେବରେ ରଖିବା ଅନୁଚିତ ।
– ରନ୍ଧା ଯାଇଥିବା ଭାତକୁ ରୁମ ମଧ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ସେଥିରେ ବେସିଲସ ସେରେସ ନାମକ ଏକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ବାସି ଭାତକୁ ଗରମ କରି ଖାଇବାର ଅଭ୍ୟାସ ଅନେକଙ୍କର ରହିଥାଏ, ଯାହାକି ଫୁଡ୍ ପଏଜନିଂର କାରଣ ସାଜିଥାଏ । ତେଣୁ ଭାତ ରାନ୍ଧିବାର ଏକ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍ ।