fbpx
BSKY SKY
BSKY SKY

BIGG BOSSରେ ଏଣ୍ଟ୍ରି କରିବେ ପାକିସ୍ତାନୀ ମହିଳା ସୀମା ହାଇଦର! ଏକୁଟିଆ ସୀମା ନୁହେଁ ତାଙ୍କ…

BSKY

ଓଡିଶା ଭାସ୍କର: ବିବବସ୍‌ର ୨ଟି ଓଟିଟି ଶୋ ପରେ ବର୍ତ୍ତମାନ ସଲମାନ ଖାନ ପୁଣି ଟିଭି ସ୍କ୍ରିନକୁ ଫେରୁଛନ୍ତି । ଏନେଇ ସେ ବିଗବସ୍ ୧୭ର ଆରମ୍ଭ କରିସାରିଥିବା ଖବର ମିଳିଛି । ଆଉ ଧିରେ ଧିରେ ଏହାର ଥିମ୍ ଓ କଣ୍ଟେଷ୍ଟ ମାନଙ୍କୁ ନେଇ ବିବରଣୀ ସାମ୍ନାକୁ ଆସିଛି । ଏଥର ବିଗବସରେ ଅନେକ ଟିଭି ସେଲିବ୍ରେଟିଙ୍କ ସହ ଏମିତି ଜଣେ ଚର୍ଚ୍ଚିତ ପ୍ରତିଯୋଗୀ ଆସିବେ ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଦେଖିବାକୁ ମିଳିଛି ।

ତେବେ ଭାରତକୁ ଅନୁପ୍ରବେଶ କରିଥିବା ବିବାଦୀୟ ପାକିସ୍ତାନୀ ମହିଳା ସୀମା ହାଇଦର ଚଳିତ ବର୍ଷ ଏଥିରେ ପ୍ରତିଯୋଗୀ ଭାବେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏହି ବିଗବସ୍ ସୋ’ରେ ଏକୁଟିଆ ସୀମା ନୁହେଁ ବରଂ ତାଙ୍କ ସ୍ୱାମୀ ସଚୀନ ମଧ୍ୟ ଆସିବେ ବୋଲି ଆଲୋଚନା ହେଉଛି । କିନ୍ତୁ ଏସବୁ ବିଷୟରେ ଅଫିସିଆଲି କିଛି ଘୋଷଣା କରିନାହିଁ ବିଗବସ୍ । ଆଗାମୀ ଦିନରେ ପ୍ରକାଶ ପାଇବାକୁ ଥିବା ବିଗବସ୍ କଣ୍ଟେଷ୍ଟ ଲିଷ୍ଟରେ ସୀମା ଓ ସଚିନଙ୍କ ନାମ ପ୍ରକାଶ ପାଇପାରେ ।

ସୂଚନା ଥାଉକି, ପାକିସ୍ତାନରୁ ଭାରତ ଆସିଥିବା ଏହି ୨୭ ବର୍ଷୀୟା ମହିଳା ହେଉଛନ୍ତି ସୀମା ଗୁଲାମ ହାଇଦର୍ । କରୋନା ସମୟରେ ପବଜି ମାଧ୍ୟମରେ ଦିଲ୍ଲୀ ଗ୍ରେଟର ନୋଏଡା ରବିପୁରା ଅଞ୍ଚଳରେ ରହୁଥିବା ୨୨ ବର୍ଷୀୟ ସଚିନଙ୍କ ସହିତ ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ଏହା ପ୍ରେମରେ ପରିଣତ ହୋଇଥିଲା । ଗତ ଜାନୁଆରୀରେ ଉଭୟ ନେପାଳରେ ପରସ୍ପରକୁ ଭେଟିଥିଲେ । ଶେଷରେ ପ୍ରେମ ପାଇଁ ନିଜର ୪ ଛୁଆଙ୍କ ସହ ପାକିସ୍ତାନ ଛାଡି ଭାରତ ଚାଲି ଆସିଲେ । ଗତ ମେ’ ମାସରେ ସୀମା କରାଚିରୁ ବିମାନରେ ଦୁବାଇ ଓ ପରେ ନେପାଳ ଆସିଥିଲେ । ସେଠାରୁ ବସ୍ରେ ଭାରତ ପ୍ରବେଶ କରି ଗ୍ରେଟର ନୋଏଡାରେ ପହଞ୍ଚିଥିଲେ ।

ସଚିନଙ୍କ ସହ ସେ ଏକ ଭଡାଘରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା । ଧରାପଡିବା ପରେ ସେମାନେ କୋର୍ଟରେ ବାହା ହେବାକୁ ଜଣେ ଆଇନଜୀବୀଙ୍କୁ ଭେଟିଥିଲେ । ତେବେ ଏ ନେଇ ଆଇନଜୀବୀ ଜଣକ ପୋଲିସକୁ ଖବର ଦେଇଥିଲେ । ପରେ ସଚିନ ଓ ସୀମା ୪ ଛୁଆଙ୍କୁ ଧରି ହରିଆଣା ପଳାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଆଉ ସେବେ ସୀମା ଓ ସଚିନଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଉଭୟଙ୍କ ପ୍ରେମ ସମ୍ପର୍କ ଓ ବେଆଇନ ଭାରତ ପ୍ରବେଶକୁ ନେଇ ଦେଖା ଦେଇଥିଲା ଅନେକ ବିବାଦ ।

 

Get real time updates directly on you device, subscribe now.