fbpx

ଥଣ୍ଡା ଖାଦ୍ୟ ସବୁ ରୋଗର କାରଣ, ଶରୀରରେ ଦେଖାଯାଏ ଏହି ସମସ୍ୟା

ନୂଆଦିଲ୍ଲୀ: ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ଗରମ ଖାଇବା ପାଇପାରୁ ନାହାନ୍ତି । କିଛି ଜଣ ଦୀର୍ଘ ଘଣ୍ଟା ପୂର୍ବରୁ ରୋଷେଇ ହୋଇଥିବା ଖାଦ୍ୟ ଖାଆାନ୍ତି ତ ଆଉ କିଛି ଜଣ ଫ୍ରିଜରେ ରଖିଥିବା ଖାଦ୍ୟକୁ ଗରମ କରି ଖାଇଥାନ୍ତି । କିନ୍ତୁ ଏହା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହା ଅନେକ ରୋଗର କାରଣ ବୋଲି କୁହାଯାଇଛି ।

ସମସ୍ତେ ଜାଣନ୍ତି ଯେ, ଗରମ ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । ଘରର ମୁରବିମାନେ ମଧ୍ୟ ଗରମ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗରମ ଖାଦ୍ୟରେ ବ୍ୟାକ୍ଟେରିଆର ସମ୍ଭାବନା କମ୍ ରହିଥାଏ । କିନ୍ତୁ ଥଣ୍ଡା ଖାଦ୍ୟରେ ବ୍ୟାକ୍ଟେରିଆ ଜମି ରହିଥାଏ । ଏହା ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ । ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ବିଶେଷ ଭାବେ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । କିନ୍ତୁ ଗରମ ଖାଦ୍ୟ ଖାଇବା ଦ୍ବାରା ଏହାର ସମ୍ଭାବନା କମ୍ ହୋଇଥାଏ । ଅନ୍ୟପଟେ ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ମେଟାବୋଲିଜିମ୍ ମଧ୍ୟ କମ୍ ହୋଇଥାଏ । ଏହା ଦ୍ବାରା ଜଣେ ବ୍ୟକ୍ତି ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । କେତେକଙ୍କ କ୍ଷେତ୍ରରେ ପେଟ ଫୁଲା ମଧ୍ୟ ଦେଖାଯାଇଥାଏ । ଏହାସହିତ ପାଚନକ୍ରିୟାରେ ମଧ୍ୟ ସମସ୍ୟା ହୋଇଥାଏ ।

ଅନ୍ୟ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଫୁଡ୍ ପଏଜନର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ବେସିଲସ ସେରେସ ଭଳି ହାନିକାରକ ବ୍ୟାକ୍ଟେରିଆ ଜନ୍ମ ନେଇପାରେ । ଏହା ଶରୀରରେ ବିଶାକ୍ତ ପଦାର୍ଥ ତିଆରି କରି ଫୁଡ୍ ପଏଜନର ଆଶଙ୍କା ବୃଦ୍ଧି କରିଥାଏ । ଏହାସହିତ ଓଜନ ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଥାଏ ।

Get real time updates directly on you device, subscribe now.