(Video) ଦେଶରେ କ’ଣ ଚାଲିଛି! ରାସନ ପାଇଁ କବାଟ ଭାଙ୍ଗି ଦୌଡ଼ିଲେ ହିତାଧୀକାରୀ, ଦଳାଚକଟାରେ ଏକାଧିକ ଆହତ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ସରକାର ବାଣ୍ଟୁଛନ୍ତି ଏକାଥରକେ ୩ ମାସର ରାସନ ।
ରାୟଗଡ଼: ଛତିଶଗଡ଼ ଗରିୟାବନ୍ଦ ଜିଲ୍ଲାରେ ରବିବାର ରାସନ ନେବା ପାଇଁ ହୀତାଧିକାରୀଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହୋଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋର ଭାଇରାଲ ହେବାରେ ଲାଗିଛି ।
ସୋମବାର ସ୍ଥାନୀୟ ରାସନ ବିତରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିତରଣ କେନ୍ଦ୍ର ଫାଟକ ନିକଟରେ ଯାତ୍ରା ଭଳି ଲୋକ ଗଦା ହୋଇଥିବାବେଳେ ରାସନ କେନ୍ଦ୍ର ଖୋଲିଯିବା ମାତ୍ରକେ ସେଠାକୁ ଲୋକମାନେ ଦୌଡ଼ିଥିଲେ । ଯାହା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ।
ଏଥିରେ ଅନେକ ଲୋକ ଆହତ ହୋଇଥିବା ଖବର ପ୍ରକାଶ ପାଇଛି । ଭିଡ଼ରେ ପୁରୁଷ, ମହିଳା, ବୟସ୍କ ଏବଂ ଛୋଟ ପିଲା ମଧ୍ୟ ଉପସ୍ଥିତ ଥିଲେ । ଦୌଡ଼ାଧପଡ଼ା ହେବା କାରଣରୁ ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି ।
ଠିକ୍ ସମୟରେ ରାସନ ନ ବଣ୍ଟାଯିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ଟେକନିକାଲ୍ ଅସୁବିଧା କାରଣରୁ ଲୋକଙ୍କୁ ରାସନ ବାଣ୍ଟିବାରେ ଅସୁବିଧା ହେଉଛି । ଯେଉଁ କାରଣରୁ ଲୋକ ଠିକ୍ ସମୟରେ ରାସନ ପାଇ ପାରୁ ନାହାନ୍ତି ।
ବର୍ଷା ପାଇଁ ଲୋକଙ୍କୁ ୩ ମାସର ରାସନ ଚାଉଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଚାଉଳ ଉତ୍ସବ ପାଳନ କରାଯାଇଛି । କିନ୍ତୁ ସ୍ଲୋ- ସିଷ୍ଟମ ଯୋଗୁ ଓଟିପି ଆସୁ ନାହିଁ କି ବାୟୋମେଟ୍ରିକ୍ ମଧ୍ୟ କାମ କରୁନଦାହିଁ; ଯାହାଫଳରେ ଉପଭୋକ୍ତାଙ୍କୁ ରାସନ ମିଳିପାରି ନାହିଁ ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ବିଭାଗୀୟ ଅଧିକାରୀ ଏହାର ଯାଞ୍ଚ ଚଳାଇଛନ୍ତି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
🚨#BREAKING🚨
राशन की भीख, ताले तोड़ते लोग, और सिस्टम ठप!छत्तीसगढ़ के गरियाबंद में गरीबों की भीड़ ने राशन दुकान का गेट तोड़ दिया
काफी दिनों से अनाज नहीं मिला था
जब बंटने की खबर आई तो भूखे लोग दौड़ पड़े, बच्चों से लेकर बुजुर्ग तक
अफरा-तफरी मची, भगदड़ जैसी हालत हो गई
सरकार के… pic.twitter.com/81vTm8h5KB
— 4PM News Network (@4pmnews_network) June 23, 2025