ଶୀଘ୍ର ପିଲା ଜନ୍ମକର ଜନସଂଖ୍ୟା ବଢ଼ାଇ… ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଜନସଂଖ୍ୟା ବଢ଼ାଇବାକୁ କହିଲେ ମୁଖ୍ୟମନ୍ତ୍ରୀ । ଜନସଂଖ୍ୟାରେ ଏ ନେଇ ସବୁଠୁ ଆଗରେ ।

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟନିଲ ରାଜ୍ୟବାସୀଙ୍କୁ ପିଲାଜନ୍ମ କରିବାକୁ ଆହ୍ୱାନ ଦେଇଛନ୍ତି । ପାର୍ଲାମେଣ୍ଟରେ ତାମିଲନାଡ଼ୁ ନେତାଙ୍କ ସଂଖ୍ୟା ବଜାୟ ରଖିବା ପାଇଁ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ ।

ପିଲା ଜନ୍ମରେ ଡେରି କରନି: ପାର୍ଟି ୱାର୍କରଙ୍କ ପୁଅ ବାହାଘର ଯାଇଥିବା ଷ୍ଟନିଲ୍ କହିଛନ୍ତ; ଆଗାମୀ ଦିନରେ ପାର୍ଲାମେଣ୍ଟରେ ଆମ ସଂଖ୍ୟା କମିବ, ଯାହାଫଳରେ ଆମାମାନଙ୍କ ଗୁରୁତ୍ୱ ମଧ୍ୟ କମିଯିବ, ଏପରି ସମସ୍ୟାର ସମାଧାନ ପାଇଁ ଜନସଂଖ୍ୟା ବୃଦ୍ଧି କରିବା ଅତି ଜରୁରୀ ।

ଲକ୍ଷ୍ୟ ହାସଲ: ଆଗରୁ ନବ ଦମ୍ପତିଙ୍କୁ ଆମେ କହୁଥିଲୁ ପିଲାଜନ୍ମ କରିବାରେ ବିଳମ୍ବ ହେଲେ ଚଳିବ; କିନ୍ତୁ ଏବେ ଆମେ କହୁଛୁୂ ବାହାଘର ପରେ ତୁରନ୍ତ ପିଲା ଜନ୍ମ କରନ୍ତୁ । ବର୍ତ୍ତମାନ ସମୟରେ ପାର୍ଲାମେଣ୍ଟରେ ୩୯ ଏମପି ଆମ ଅଧିକାର ପାଇଁ ଲଢୁଛନ୍ତି । ଯଦି ଆମେ ଅଧିକ ସଂଖ୍ୟାରେ ସାଂସଦଙ୍କୁ ସଂସଦ ପଠାଇବା ତେବେ ଆମେ ଲକ୍ଷ୍ୟ ହାସଲ କରିପାରିବା ।

ଅଲ୍ ପାର୍ଟି ମିଟିଂ: ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଷ୍ଟନିଲ୍ ଅଲ୍ ପାର୍ଟି ମିଟିଂ ଡକେଇବା ନେଇ କହିଛନ୍ତି । ଯେଉଁଥିରେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯିବ । ଆଲୋଚନା ଜରିଆରେ ପଦକ୍ଷେପ ଗ୍ରହଣ କରାଯିବ ।

ଆଗରେ ଭାରତ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି କରିବାକୁ କରିଛନ୍ତି ଅପିଲ । କିଛି ଗ୍ରାମାଞ୍ଚଳରେ ବୃଦ୍ଧ ରହିଯାଇଥିବାବେଳେ ଯୁବକ ତଥା ଶିଶୁଙ୍କ ବହୁ କମ୍ ସଂଖ୍ୟାରେ ଅଛନ୍ତି । ଯାହାକୁ ନେଇ ଚନ୍ଦ୍ରବାବୁ ନାଇଡ଼ୁ ଚିନ୍ତା ପ୍ରକଶ କରିବା ଜନସଂଖ୍ୟା ବୃଦ୍ଧି ପାଇଁ ଆହ୍ୱାନ ଦେଇଛନ୍ତି ।

ବିଶ୍ୱ ଜନସଂଖ୍ୟାରେ ଭାରତ ଆଗରେ ଥିବାବେଳେ ଏହାପଛକୁ ରହିଛି ଚୀନ୍ । କିନ୍ତୁ ଭାରତରେ ୨ଟି ଏମିତି ରାଜ୍ୟ ଅଛନ୍ତି ଯେଉଁଠାରେ ଜନ୍ମହାର ସବୁଠୁ ଅଧିକା । ସେ ରାଜ୍ୟ ଦୁଇଟି ହେଲେ ଉତ୍ତର ପ୍ରଦେଶ ଓ ବିହାର ।