fbpx

IND vs BAN ସିରିଜ ପରେ ବିଦାୟ ନେବେ ଷ୍ଟାର ଅଲରାଉଣ୍ଡର: ପୂର୍ବରୁ ଅଧିନାୟକ ଭାବରେ ତୁଲାଇଛନ୍ତି ଦାୟିତ୍ୱ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜ । ଗ୍ୱାଲିୟରରେ ଏହି ସିରିଜର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ବାଂଲାଦେଶ ବିପକ୍ଷରେ ଏହି ବିଜୟ ହାସଲ କରିଛି । ତେବେ ଦ୍ୱିତୀୟ ଟି-୨୦ ପୂର୍ବରୁ ଏହି ସିରିଜ ଖେଳୁଥିବା ଷ୍ଟାର ଅଲରାଉଣ୍ଡର ଅବସର ନେଇ ଘୋଷଣା କରିଛନ୍ତି । ଭାରତ-ବାଂଲାଦେଶ ସିରିଜ ପରେ ସେ ଟି-୨୦ ଫର୍ମାଟରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ଦଳର ଅଧିନାୟକ ଭାବରେ ମଧ୍ୟ ସେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଭାରତ-ବାଂଲାଦେଶ ଟି-୨୦ ସିରିଜ ପରେ ଜଣେ ଖେଳାଳି ଟି-୨୦ କ୍ରିକେଟରୁ ବିଦାୟ ନେବା ପାଇଁ ଘୋଷଣା କରିଛନ୍ତି । ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ମହମୁଦୁଲ୍ଲାହ ଟି-୨୦ ଫର୍ମାଟରୁ ବିଦାୟ ନେବାକୁ ଘୋଷଣା କରିଛନ୍ତି । ଏହି ସିରିଜର ୩ଟି ମ୍ୟାଚ ଖେଳିବା ପରେ ସେ ଟି-୨୦ ଫର୍ମାଟରୁ ବିଦାୟ ନେବେ । ୩ଟି ଯାକ ଫର୍ମାଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ସେ ବାଂଲାଦେଶ କ୍ରିକେଟ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଦାୟିତ୍ୱ ତୁଲାଇଛନ୍ତି । ବାଂଲାଦେଶ ପକ୍ଷରୁ ବିଶ୍ୱକପରେ ପ୍ରଥମ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ ମହମୁଦୁଲ୍ଲାହ । ୨୦୨୩ ବିଶ୍ୱକପରେ ଆଡିଲେଡରେ ୧୦୩ ରନର ଧମାକାଦାର ପାଳି ଖେଳି ବାଂଲାଦେଶକୁ ପ୍ରଥମ ଥର ପାଇଁ ନକ୍ ଆଉଟରେ ପହଞ୍ଚାଇଥିଲେ ମହମ୍ମୁଦୁଲ୍ଲାହ ।

୨୦୦୭ ମସିହାରେ କେନ୍ୟା ବିପକ୍ଷରେ ଇଣ୍ଟରନେସନାଲ ଡେବ୍ୟୁ କରିଥିଲେ ମହମ୍ମୁଦୁଲ୍ଲାହ । ଜଣେ ବୋଲର ଭାବରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରେ ସେ ଷ୍ଟାର ଅଲରାଉଣ୍ଡର ଭୂମିକା ଗ୍ରହଣ କରିଥିଲେ । ତେବେ ୨୦୨୧ ମସିହାରେ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇ ସାରିଛନ୍ତି । ବାଂଲାଦେଶ ପାଇଁ ମହମ୍ମୁଦୁଲ୍ଲାହ ୫୦ ଟେଷ୍ଟ ଖେଳି ୨୯୧୪ ରନ୍ କରିଥିବା ବେଳେ, ୨୩୨ ଦିନିକିଆରୁ ୫୩୮୬ ଏବଂ ୧୩୯ଟି ଟି-୨୦ ମ୍ୟାଚ୍ ଖେଳି ୨୩୯୪ ରନ୍ ସଂଗ୍ର କରିଛନ୍ତି । ଏହାସହିତ ଟେଷ୍ଟରେ ୪୩, ଦିନିକିଆରେ ୮୨ ଏବଂ ଟି-୨୦ରେ ୪୦ଟି ୱିକେଟ ମଧ୍ୟ ତାଙ୍କ ନାମରେ ସାମିଲ ରହିଛି ।

Get real time updates directly on you device, subscribe now.