fbpx

ବଜେଟରେ ମିଳିଲା ମହିଳା ସଶକ୍ତି କରଣକୁ ପ୍ରାଧାନ୍ୟ, ମିଶନ ଶକ୍ତି ପାଇଁ ..

ଭୁବନେଶ୍ୱର: ଆଜି ୨୦୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା ହେଉଛି । ଏହାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରୁଛନ୍ତି । ତେବେ ଚଳିତ ବଜେଟରେ ସବୁ କ୍ଷେତ୍ରକୁ ଧ୍ୟାନ ଦିଆଯାଉଛି । ୨ଲକ୍ଷ ୩୦ ହଜାର କୋଟିର ବଜେଟ ପ୍ରସ୍ତୁତ ହୋଇଛି । ଏହା ସହିତ ମହିଳା ବିକାଶ ଠାରୁ ଆରମ୍ଭ କରି କୃଷି ,ଶିକ୍ଷା,ଶକ୍ତି କ୍ଷେତ୍ରକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ।

ଚଳିତ ବଜେଟରେ ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା,ମିଶନ ଶକ୍ତି ପାଇଁ ୨,୫୫୪ କୋଟି ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି ଶକ୍ତିବିଭାଗ ପାଇଁ ୫୯୫୩ କୋଟି ଟଙ୍କା ଗୃହ ବିଭାଗ ପାଇଁ ୭ହଜାର ୩୧୩ କୋଟି ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି ବ୍ୟୟ ବରାଦ ହୋଇଛି।
ଏହା ସହିତ ଜନସ୍ୱାସ୍ଥ୍ୟ ସେବାପାଇଁ ୧୬ ହଜାର ୪୮ କୋଟି, କାଳିଆ ଯୋଜନା ପାଇଁ ୧ହଜାର ୮ଶହ ୭୯ କୋଟି, କୃଷି ପାଇଁ ୨୪,୮୨୯ କୋଟି ବ୍ୟୟ ବରାଦ ହୋଇଛି।

Get real time updates directly on you device, subscribe now.